ବୋଲ୍ଟଙ୍କ ଘାତକ ବୋଲିଂ: ସିରିଜ୍ ହରେଇଲା ପାକିସ୍ତାନ

New Zealand win the bilateral one day series

ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆକୁ ୧୮୩ ରନରେ ଜିତି ନେଇ ସିରିଜ୍ ହାତେଇ ନେଇଛି ଘରୋଇ ଦଳ । କିୱି ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଉଇକେଟ ହରାଇ ସଂଗ୍ରହ କରିଥିଲା ୨୫୭ ରନ୍ । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଶାଣିତ ବୋଲିଂର ସାମ୍ନା କରିନପାରି ୨୭.୨ ଓଭରରେ ମାତ୍ର ୭୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା ପାକିସ୍ତାନ ।

ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଓପନର ମାର୍ଟିନ ଗୁପଟିଲ(୪୫), କେନ୍ ୱିଲିୟମ୍ସନ୍(୭୩), ରସ୍ ଟେଲର(୫୨)ଏବଂ ଟମ୍ ଲେଥାମ୍(୩୫)ଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସଂଗ୍ରହ କରିଥିଲା ୨୫୭ ରନ୍ । ୨୫୮ ରନ୍ ର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭ୍ରମଣକାରୀ ପାକିସ୍ତାନ । ବୋଲ୍ଟଙ୍କ ଘାତକ ବୋଲିଂର ସାମ୍ନା କରିନପାରି ୨୭.୨ ଓଭରରେ ମାତ୍ର ୭୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା ପାକିସ୍ତାନ । ସେ ୭.୨ ଓଭର ବୋଲିଂ କରି ମାତ୍ର ୧୭ ରନ୍ ଦେଇ ଗୋଟିଏ ମେଡେନ୍ ସହ ଅକ୍ତିଆର କରିଥିଲେ ୫ଟି ଉଇକେଟ । ପାକିସ୍ତାନର ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡି ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ କୁ ଘରୋଇ ଦଳ ଡିଏଲ୍ ମେଥଡ୍ ଅନୁଯାୟୀ ୬୧ ରନ୍ ରେ ଜିତିଥିଲା । ଦ୍ୱିତୀୟ ଦିନିକିଆରେ ମଧ୍ୟ ଡିଏଲ୍ ମେଥଡ୍ ରେ ବିଜୟଲାଭ କରିଥିଲା କିୱି ଦଳ । ଲଗାତାର ତିନିଟି ଦିନିକିଆ ଜିତି ସିରିଜ୍ କବ୍ଚା କରିଛି ନ୍ୟୁଜିଲ୍ୟାଣ୍ଡ ।

Previous ନୂଆ ଅଭିଯାନ ପାଇଁ ଯୋଜନା କରୁଛି ଜିଓ: ଆସିପାରେ ଦେଶୀ 'ବିଟ୍ କଏନ୍'!
Next ଜାଣନ୍ତି କି? ଗୁଗଲ୍ ସର୍ଚ୍ଚରେ ଖେଳିହେବ ଏହି ସବୁ ମଜାଦାର୍ ଗେମ୍

No Comment

Leave a reply

Your email address will not be published. Required fields are marked *