ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟିଦେଇଛନ୍ତି ମହିଳା ଭାରଉତ୍ତୋଳକ ମୀରାବାଈ ଚାନୁ । ୪୮ କେଜି ବର୍ଗରେ ମୀରାବାଈଙ୍କୁ ସ୍ୱର୍ଣ୍ଣ ମିଳିଛି । ଚାନୁଙ୍କର ଏହା ବ୍ୟକ୍ତିଗତ ସର୍ବୋତ୍ତୋମ ପ୍ରଦର୍ଶନ । ପୂର୍ବରୁ ୫୬ କିଲୋଗ୍ରାମ ପୁରୁଷ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ଗୁରୁରାଜ ପୂଜାରୀ । ଭାରତକୁ ଏହି କ୍ରମରେ ମିଳିଛି ୨ଟି ପଦକ ।
ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟିତ ହୋଇଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାକୁ ବ୍ରିଟେନ୍ ଯୁବରାଜ ପ୍ରିନ୍ସ ଚାଲର୍ସ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି । ୧୨ ଦିନ ଧରି ଚାଲିବାକୁ ଥିବା ଏହି ପ୍ର ତି ଯୋଗିତା ଆଗାମୀ ୧୫ ତାରିଖରେ ଉଦଯାପିତ ହେବ । ଏହି ପ୍ରତି ଯୋଗିତାରେ ୧୯ଟି ଖେଳର ୨୭୫ଟି ଇଭେଣ୍ଟ ଅନୁଷ୍ଠିତ ହେବ । ୭୧ଟି ଦେଶର ୬ ହଜାରରୁ ଅଧିକ କ୍ରୀଡାବିତ୍ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଛନ୍ତି । ଭାରତ ପଠାଇଥିବା ୨୨୫ ଜଣ ଖେଳାଳୀଙ୍କ ମଧ୍ୟରେ ୮ ଜଣ ଓଡିଆ ରହିଛନ୍ତି । ଭାରତୀୟ ମହିଳା ହକି ଦଳରେ ୪ ଜଣ ଓଡିଆ ରହିଛନ୍ତି ।
No Comment