ଆଜି ବାରବାଟୀରେ ବିଶ୍ୱକପ୍ ହକିର ଦ୍ୱିତୀୟ ଉଦ୍‌ଘାଟନୀ ଉତ୍ସବ , ଯୋଗଦେବେ ସଲମାନ

Men's Hockey World Cup 2018 Opening Ceremony

ମହା ଆଡମ୍ବରରେ ବିଶ୍ୱକୁ ଚକିତ କରି ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ହକିର ପ୍ରଥମ ଉଦ୍‌ଘାଟନୀ ସମାରୋହ ଶେଷ ହୋଇଥିବା ବେଳେ ଆଜି କଟକ ବାରବାଟୀ ଷ୍ଟାଡିୟମ୍‌ରେ ଏହାର ଦ୍ୱିତୀୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଆଜିର ଏହି ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍ ଯୋଗ ଦେବେ। ସଲମାନ୍‌ ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଏ. ଆର. ରହମାନ ସଂଗୀତ ପରିବେଷଣ କରିବେ। ଏଥିପାଇଁ ଷ୍ଟେଜଠାରୁ ଆରମ୍ଭ କରି ଦର୍ଶକ ଗ୍ୟାଲେରୀ ପର୍ଯ୍ୟନ୍ତ ସବୁ କିଛି ପ୍ରସ୍ତୁତ ହୋଇସାରିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି ।

ଅନ୍ୟପକ୍ଷରେ ଆଜି କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ ୨ଟି ମ୍ୟାଚ୍, ଅପରାହ୍‌ଣ ୫ଟାରେ ବେଲଜିୟମ-କାନାଡ଼ା, ସନ୍ଧ୍ୟା ୭ଟାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର । ବିଶ୍ୱକପ୍ ହକିର ପ୍ରଥମ ଉଦ୍‌ଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହା ସମସ୍ତ ଓଡ଼ିଆଙ୍କ ଉତ୍ସବ ବୋଲି କହିଥିଲେ । ଏହାସହ ଏଥିରେ ସାମିଲ ହୋଇଥିବା 16ଟି ଯାକ ଦଳର କର୍ମକର୍ତ୍ତା, ସିନେତାରକା,କଳାକାରଙ୍କୁ ସ୍ୱାଗତ ଜଣାଇ ଆପଣମାନେ 45 ନିୟୁତ ଓଡ଼ିଆଙ୍କ ଅତିଥି ବୋଲି କହିଥିଲେ। ଅଭନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନୃତ୍ୟ, ସଂଗୀତ ନିର୍ଦ୍ଦେଶକ ଏ. ଆର. ରହମାନଙ୍କ ସୁମଧୁର ସଂଗୀତ ଓ ଅଭିନେତା ଶାହରୁଖ ଖାନଙ୍କ ଉପସ୍ଥିତି ଦର୍ଶକଙ୍କ ଖୁସିକୁ ଦ୍ୱିଗୁଣିତ କରିଥିଲା ।ଗତକାଲି ଭଳି ଆଜିର ସମାରୋହକୁ ନେଇ ଖେଳପ୍ରେମୀ ଓ ଦର୍ଶକ ମହଲରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।

 

Previous ଆଜି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ: ପ୍ରବେଶ ପାଇଁ ୯ଟି ଗେଟ୍‌ ଖୋଲା
Next ସଙ୍ଗୀତ ଯାଦୁକର ଥିଲେ ମହମ୍ମଦ ଅଜିଜ

No Comment

Leave a reply

Your email address will not be published. Required fields are marked *