ଏନଗିଡ଼ିଙ୍କ ବିଧ୍ୱଂସି ବୋଲିଂ: ଭାରତ ପରାସ୍ତ

Lungi Ngidi devasted the indian batting line-up

ଏନଗିଡି ଓ ରାବାଡାଙ୍କ ବିଧ୍ୱଂସୀ ବୋଲିଂର ସାମ୍ନା କରିନପାରି ଭ୍ରମଣକାରୀ ଭାରତ ସିରିଜ ହରେଇଛି । ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସମଦଶା ଭୋଗିଛି ଭାରତ । ଅନ୍ତିମ ଟେଷ୍ଟ କେବଳ ଔପଚାରିକତା ଦୃଷ୍ଟିକୋଣରୁ ରହିଯାଇଛି । ଏନଗିଡି ୬ଟି ଉଇକେଟ ନେଇ ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ।

ଆଜି ୩୫/୩ରେ ଖେଳ ଆରମ୍ଭ କରିଥିବା ଭ।ରତୀୟ ଦଳ ୧୫୧ ରନ୍ ରେ ସମସ୍ତ ଉଇକେଟ ହରାଇଛି । ଭାରତର ଶେଷ ଭରସା ଥିବା ପୂଜାରା ଦ୍ୱିତୀୟ ଇଂନିସରେ ପୁଣି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଛନ୍ତି । ପ୍ରଥମ ଇଂନିସରେ ୧୯ ରନ୍ କରିଥିବା ପାର୍ଥିବ ଦ୍ୱିତୀୟ ଇଂନିସରେ ମଧ୍ୟ ସେହି ସମାନ ସ୍କୋର କରି ଆଉଟ୍ ହୋଇଛନ୍ତି । ରୋହିତ ଶର୍ମାଙ୍କ(୪୭) ଓ ଶାମିଙ୍କ(୨୮) ରନ୍ କୁ ଛାଡିଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ ଉଇକେଟରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଏନଗିଡି ୬ଟି ଓ ରାବାଡା ୩ଟି ଉଇକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ ।

Previous ଯୁକ୍ତ ଦୁଇ ପରେ ଉଜ୍ଜ୍ୱଳ କ୍ୟାରିୟର
Next ଆସନ୍ତା ବର୍ଷଠୁ ଯାତ୍ରା ପାର୍ଟି ବନ୍ଦ କରିବାକୁ ମାଲିକ ସଂଘର ବିଚାର

No Comment

Leave a reply

Your email address will not be published. Required fields are marked *