ରାହୁଲଙ୍କ ମାଇଲଖୁଣ୍ଟ: ଦିଲ୍ଲୀକୁ ହରାଇଲା ପଞ୍ଜାବ

lokesh rahul smashes 51 in 16 balls

ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ କିଙ୍ଗସ ଏକାଦଶ ପଞ୍ଜାବ ଦିଲ୍ଲୀ ଡେୟାରଡେଭିଲ୍ସକୁ ୬ ଉଇକେଟରେ ପରାସ୍ତ କରିଛି । ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ । ମାତ୍ର ୧୬ଟି ବଲ୍ ରୁ ୫୦ ରନ ସ୍କୋର କରି ଆଇପିଏଲ ଇତିହାସର ଦୃତତମ ଅର୍ଦ୍ଧ ଶତକ ହାସଲ କରିଛନ୍ତି ଏହି ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ।

ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଗୌତମ ଗମ୍ଭୀରଙ୍କ ଅର୍ଦ୍ଧ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଥିଲା ୧୬୬ ରନ୍ । ଯୁବ ତାରକା ଋଷବ ପନ୍ତ ୨୮ ରନ୍ ର ଉପଯୋଗୀ ପାଳି ଖେଳିଥିଲେ । ଏହାର ଜବାବରେ କିଙ୍ଗସ ଏକାଦଶ ପଞ୍ଜାବ ଧୂଆଁଧାର ଆରମ୍ଭ କରିଥିଲା । ଲୋକେଶ ରାହୁଲ ମାତ୍ର ୧୬ଟି ବଲରୁ ୬ ଚୌକା ଓ ୪ ଛକା ବଳରେ ସଂଗ୍ରହ କରିଥିଲେ ୫୧ ରନ୍ । କରୁଣ ନାୟାର ୫ ଚୌକା ଓ ୨ ଛକା ବଳରେ ୩୩ ବଲରୁ ସଂଗ୍ରହ କରିଥିଲେ ୫୦ ରନ୍ । ଡେଭିଡ ମିଲର ୨୪ ଏବଂ ମାର୍କସ ଷ୍ଟୋଇନିସ ୨୨ ରନ ରେ ଅପରାଜିତ ରହିଥିଲେ । ରାହୁଲଙ୍କୁ ତାଙ୍କ ଧମାକାଦାର ପାଳି ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା ।

Previous ଲଗାତାର ୨୧ଟି ମେଡେନ ନେଇଥିବା ବିଶ୍ୱର ଏକମାତ୍ର ବୋଲର
Next ଆଇପିଏଲ ଚମ୍ପିଆନ

No Comment

Leave a reply

Your email address will not be published. Required fields are marked *