ଟେଷ୍ଟରେ ପୁଣି ଶୀର୍ଷକୁ ଫେରିଲେ କୋହଲି

Kohli moves to number-1 in test rankings

କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ପରେ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି ଭାରତ । ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆକର୍ଷଣୀୟ ବ୍ୟାଟିଂ ଏବଂ ପାଣ୍ଡ୍ୟା ଓ ବୁମରାଙ୍କ ଅଗ୍ନିବର୍ଷୀ ବୋଲିଂ ବଳରେ ଗତ ମ୍ୟାଚରେ ୨୦୩ ରନର ବିଶାଳ ବ୍ୟବଧାନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ଟେଷ୍ଟ ରାଙ୍କରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ପରବର୍ତ୍ତୀ ଟେଷ୍ଟରେ ବିଫଳ ହେବାରୁ ୯୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ ସେ । ୯୨୯ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲେ କଙ୍ଗାରୁ ଦଳର ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ଷ୍ଟିଭେନ୍ ସ୍ମିଥ୍ । ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ୯୭ ରନର ଉପଯୋଗୀ ପାଳି ଏବଂ ଦ୍ୱିତୀୟ ଇଂନିସରେ ଆକର୍ଷଣୀୟ ଶତକୀୟ ଇଂନିସକୁ ଆଧାର କରି ୯୩୭ ପଏଣ୍ଟ ସହ ପୁଣି ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ବିରାଟ । ଏହା କୋହଲିଙ୍କ କ୍ୟାରିୟରର ସର୍ବୋତ୍ତମ ରେଟିଂ ପଏଣ୍ଟ । ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସବୁଠୁ ଅଧିକ ରେଟିଂ ପଏଣ୍ଟ ହାସଲ କରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି ଏହି ବ୍ୟାଟିଂ ବିସ୍ମୟ । ବିଶ୍ୱ କ୍ରିକେଟର ସର୍ବୋତ୍ତମ ରେଟିଂ ପଏଣ୍ଟ ତାଲିକାରେ ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ହେବା ପାଇଁ ଆଉ ଗୋଟିଏ ପଏଣ୍ଟ ଆବଶ୍ୟକ କରୁଛନ୍ତି ବିରାଟ । ସର୍ବୋତ୍ତମ ରେଟିଂ ପଏଣ୍ଟ ତାଲିକାରେ ଥିବା ବିଶ୍ୱର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନ ହେଉଛନ୍ତି ଡନ୍ ବ୍ରାଡମ୍ୟାନ(୯୬୧ ପଏଣ୍ଟସ), ଷ୍ଟିଭ୍ ସ୍ମିଥ(୯୪୭ ପଏଣ୍ଟସ), ଲେନ୍ ହଟନ୍(୯୪୫ ପଏଣ୍ଟସ), ଜ୍ୟାକ ହୋବ୍ସ ଏବଂ ରିକି ପଣ୍ଟିଂ(ଉଭୟ ୯୪୨ ପଏଣ୍ଟସ), ପିଟର ମେ(୯୪୧ ପଏଣ୍ଟସ) ଏବଂ ଗ୍ୟାରି ସୋବର୍ସ, କ୍ଲାଇଡ ୱାଲକୋଟ, ଭିଭିଆନ୍ ରିଚାର୍ଡସ ଏବଂ କୁମାର ସାଙ୍ଗାକାରା(ସମସ୍ତେ ୯୩୮ ପଏଣ୍ଟସ) ।

ଦ୍ୱିତୀୟ ଇଂନିସରେ ୭୨ ରନ ସଂଗ୍ରହ କରିଥିବା ଚେତେଶ୍ୱର ପୂଜାରା ୪ ପଏଣ୍ଟ ଲାଭ କରିବା ପରେ ମଧ୍ୟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୬ ନମ୍ବର ସ୍ଥାନରେ ରହିଛନ୍ତି । ପ୍ରଥମ ଇଂନିସରେ ଦମଦାର ପ୍ରଦର୍ଶନ ପରେ ଟପ୍ ୨୦କୁ ଫେରିଛନ୍ତି ଆଜିଙ୍କ୍ୟ ରାହାଣେ । ୨୨ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାୱନ । ୨୬ତମ ସ୍ଥାନକୁ ଖସିଯାଇଛନ୍ତି ଲୋକେଶ ରାହୁଲ ।

Previous ଓଡିଆ ଝିଅ ଅମିତାଙ୍କୁ ମିସ୍ ଇଣ୍ଡିଆ ଗ୍ୟାଲେକ୍ସି ମୁକୁଟ
Next ନେତୃତ୍ୱ ନେଇ ପ୍ରଶ୍ନବାଚୀ

No Comment

Leave a reply

Your email address will not be published. Required fields are marked *