ଲାରାଙ୍କ ରେକର୍ଡ ଭାଙ୍ଗିଲେ କୋହଲି


ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କର ଚିତ୍ତାକର୍ଷକ ଫର୍ମ ଜାରି ରଖିଛନ୍ତି । ସଂପ୍ରତି ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଲଗାତାର ଦୁଇଟି ଦ୍ୱିଶତକ ହାସଲ କରି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଟେଷ୍ଟ କ୍ରିକେଟରେ ୬ଟି ଦ୍ୱିଶତକ ହାସଲ କରି ୱେଷ୍ଟଇଣ୍ଡିଜ୍ର ବ୍ୟାଟିଂ କିମ୍ବଦନ୍ତୀ ବ୍ରାଏନ୍ ଲାରାଙ୍କ ରେକର୍ଡ ଭଙ୍ଗ କରିଛନ୍ତି କୋହଲି । ଅଧିନାୟକ ଭାବେ ଟେଷ୍ଟରେ ୫ଟି ଦ୍ୱିଶତକ ହାସଲ କରିଥିଲେ ବ୍ରାଏନ୍ ଲାରା । ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଟେଷ୍ଟରେ ବିରାଟ ଏହି ମାଇଲସ୍ତମ୍ଭ ସ୍ଥାପନ କରିବା ସହ ବୀରେନ୍ଦ୍ର ସେହୱାଗ, ମାର୍ବନ ଆଟାପାଟ୍ଟୁ, ଜାଭେଦ ମିଆଁଦାଦ୍, ୟୁନିସ୍ ଖାନ୍, ରିକି ପଣ୍ଟିଂ ସହ ସମକକ୍ଷ ହୋଇଛନ୍ତି । ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଲଗାତାର ଦୁଇଟି କ୍ୟାଲେଣ୍ଡର ବର୍ଷରେ ତିନିଟି ଲେଖାଏଁ ଦ୍ୱିଶତକ ହାସଲ କରିବାର ନିଆରା ରେକର୍ଡ ସ୍ଥାପନ କରିଛନ୍ତି ଭାରତୀୟ ଦଳର ଏହି ପ୍ରତିଭାବାନ୍ ବ୍ୟାଟିଂ ବିସ୍ମୟ ।

ଡିସେମ୍ବର ୨୦୧୪ରେ ଅନୁଷ୍ଠିତ ମେଲବୋର୍ଣ୍ଣ ଟେଷ୍ଟ ପରେ ମହେନ୍ଦ୍ର ସିଂହ ଧୋନି ଟେଷ୍ଟ କ୍ରିକେଟରୁ ଅବ୍ୟାହାତି ନେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୋହଲି ଅଧିନାୟକ ପଦରେ ଅବସ୍ଥାପିତ ହେବା ପରେ ୬ଟିଯାକ ଦ୍ୱିଶତକ ହାସଲ କରିଛନ୍ତି । ନିଜର ୬୩ତମ ମ୍ୟାଚରେ ଏକାଦଶ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୫୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି ବିରାଟ ।

Previous ସୁସ୍ଥ କେଶ ପାଇଁ ଦରକାରୀ ଭିଟାମିନ
Next ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ପୃଥ୍ୱୀ ଶ ଅଧିନାୟକ ମନୋନୀତ

No Comment

Leave a reply

Your email address will not be published. Required fields are marked *