କୋହଲି ଓ ରାହାଣେଙ୍କ ଲଢେଇ ସତ୍ତ୍ୱେ ଭାରତ ପରାସ୍ତ

Kohli and Rahane shine, but India can not win

ସାଉଥମ୍ପଟନଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭ୍ରମଣକାରୀ ଦଳକୁ ୬୦ ରନରେ ପରାସ୍ତ କରିଛି ଘରୋଇ ଦଳ । ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ ଲଢେଇ ସତ୍ତ୍ୱେ ଇଂଲିସ ବୋଲରଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଛି ଟିମ୍ ଇଣ୍ଡିଆ । ୫ଟିକିଆ ଟେଷ୍ଟ ସିରିଜକୁ ୩-୧ରେ ହାତେଇନେଇଛି ଭ୍ରମଣକାରୀ ଦଳ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତିନେଇଥିଲା ଭ୍ରମଣକାରୀ ଇଂଲଣ୍ଡ ଦଳ । ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂକୁ ସାମ୍ନା କରିନପାରି ୨୪୬ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଏହାର ଜବାବରେ ପୂଜାରାଙ୍କ ଆକର୍ଷଣୀୟ ଶତକ ଓ କୋହଲିଙ୍କ ଉପଯୋଗୀ ୪୬ ରନ ସହାୟତାରେ ୮୪.୫ ଓଭରରେ ୨୭୩ ରନ କରି ଅଲଆଉଟ ହୋଇଯାଇଥିଲା ଭାରତ । ଦ୍ୱିତୀୟ ଇଂନିସରେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭ୍ରମଣକାରୀ ଦଳ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କରଣ ଓ ବଟଲରଙ୍କ ଦୃଢ ବ୍ୟାଟିଂ ଯୋଗୁଁ ସମ୍ମାନଜନକ ୨୭୧ ରନ ସଂଗ୍ରହ କରିପାରିଥିଲା ଇଂଲଣ୍ଡ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି ଉଇକେଟ ନେଇ ଇଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ୨୪୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପନର । ୨୨ ରନ ମଧ୍ୟରେ ଶିଖର, ରାହୁଲ ଓ ପୂଜାରାଙ୍କ ଉଇକେଟ ହରାଇ ସଙ୍କଟରେ ପଡିଥିବାବେଳେ ସଙ୍କଟମୋଚକ ସାଜିଥିଲେ ଅଧିନାୟକ କୋହଲି ଏବଂ ରାହାଣେ । ଉଭୟେ ବେଶ୍ ସତର୍କତାର ସହ ବ୍ୟାଟିଂ କରି ଭାରତର ବିଜୟ ସମ୍ଭାବନାକୁ ଉଜ୍ଜ୍ୱଳ କରିଥିଲେ । କୋହଲି ଓ ରାହାଣେଙ୍କ ଉଇକେଟ ପତନ ପରେ ତାସ ଘର ପରି ଭୁଷୁଡି ପଡିଥିଲା ଭାରତୀୟ ବ୍ୟାଟିଂ ଦୁର୍ଗ । ୧୮୪ ରନରେ ଅଲଆଉଟ ହୋଇ ବିଜୟଲକ୍ଷ୍ୟରୁ ୬୦ ରନ ଦୂରରେ ରହିଯାଇଥିଲା ଭ୍ରମଣକାରୀ ଦଳ । ପ୍ରଥମ ଇଂନିସରେ ୫ଟି ଓ ଦ୍ୱିତୀୟ ଇଂନିସରେ ୪ଟି ଉଇକେଟ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୋଇନ ଅଲିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

Previous ଓୟୁଏଟି ସ୍ପଟ୍ ଆଡ଼ମିସନରେ ଜାଲିଆତି
Next ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ

No Comment

Leave a reply

Your email address will not be published. Required fields are marked *