ନାଗପୁରସ୍ଥିତ ଭିସିଏ ଷ୍ଟାଡିୟମ୍ ରେ ଚାଲିଥିବା ଇରାନୀ କପରେ ଅବଶିଷ୍ଟ ଭାରତକୁ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି ଚଳିତ ସିଜିନ୍ ରଣଜୀ ଚମ୍ପିଆନ୍ ବିଦର୍ଭ ।
ଭାରତୀୟ ଦଳର ପୂର୍ବତନ ଟେଷ୍ଟ ସଦସ୍ୟ ୱାସିମ୍ ଜାଫରଙ୍କ ୨୮୬, ଅପୂର୍ବ ୱାନଖାଡେଙ୍କ ଅପରାଜିତ ୧୫୭ ଏବଂ ଗଣେଶ ସତୀଶଙ୍କ ୧୨୦ ରନ୍ ବଳରେ ବିଶାଳ ୮୦୦ ରନ୍ ରେ ପ୍ରଥମ ଇଂନିସ ପରିସମାପ୍ତି ଘୋଷଣା କରିଥିଲା ବିଦର୍ଭ । ଏହାର ଜବାବରେ ୩୯୦ ରନ୍ ରେ ସମସ୍ତ ଉଇକେଟ ହରାଇଥିଲା ଅବଶିଷ୍ଟ ଭାରତ । ଦଳ ପକ୍ଷରୁ ହନୁମା ବିହାରୀ ୨୩ଟି ଚୌକା ଓ ୩ଟି ଛକା ସହାୟତାରେ ସର୍ବାଧିକ ୧୮୩ ରନ୍ କରି ଆଉଟ୍ ହୋଇଥିଲେ । ବିଦର୍ଭ ଦ୍ୱିତୀୟ ଇଂନିସ ଆରମ୍ଭ କରି ୨୬ ଓଭରରେ କୌଣସି ଉଇକେଟ ନହରାଇ ସଂଗ୍ରହ କରିଥିଲା ୭୯ ରନ୍ । ପ୍ରଥମ ଇଂନିସ ଅଗ୍ରଣୀ ଭିତ୍ତିରେ ବିଦର୍ଭକୁ ବିଜୟୀ ଘୋଷଣା କରାଯାଇଥିଲା । ଆକର୍ଷଣୀୟ ଦ୍ୱିଶତକ ହାସଲ କରିଥିବା ପୁରୁଖା ବ୍ୟାଟ୍ସମ୍ୟାନ ୱାସିମ୍ ଜାଫରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା ।
No Comment