ଆଇପିଏଲ ଚମ୍ପିଆନ

IPL winners

ଚଳିତ ଆଇପିଏଲ ସିଜିନ୍ ଆରମ୍ଭ ହୋଇଛି । ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲ ବିଭିନ୍ନ ଘାତ ପ୍ରତିଘାତର ସାମ୍ନା କରି ମଧ୍ୟ ତାର ଅସ୍ତିତ୍ୱ ଓ ଲୋକପ୍ରିୟତା ବଜାୟ ରଖିଛି । ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଏହି ଆଇପିଏଲ ଟୁର୍ଣ୍ଣାମେଣ୍ଟର ବିଜେତା ଦଳ ସମ୍ପର୍କରେ ଆମେ ଏଠାରେ ଉପସ୍ଥାପନ କରୁଛୁ ।

ପ୍ରଥମ ସିଜିନ୍ ରେ ସେନ ୱାର୍ଣ୍ଣେଙ୍କ ଅଧିନାୟକତ୍ୱରେ ଆଇପିଏଲ୍ ଚମ୍ପିଆନ ହୋଇଥିଲା ରାଜସ୍ଥାନ ରୟାଲ୍ସ ଦଳ । ୨୦୦୯ ଆଇପିଏଲ୍ ଟ୍ରଫିକୁ ହାତେଇଥିଲା ଡେକାନ୍ ଚାର୍ଜେସ ହାଇଦ୍ରାବାଦ । ତାପରେ ଲଗାତାର ଦୁଇ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ ଚମ୍ପିଆନ୍ ହୋଇଥିଲା ଚେନ୍ନାଇ ସୁପରକିଙ୍ଗସ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସଫଳ ଅଧିନାୟକତ୍ୱରେ ଏହା ସମ୍ଭବ ହୋଇପାରିଥିଲା । ୨୦୧୨ ଓ ୧୪ ସିଜିନରେ ଚମ୍ପିଆନ ହୋଇଥିଲା କିଙ୍ଗ ଖାନ୍ ଶାହାରୁଖଙ୍କ କୋଲକାତା ନାଇଟ୍ ରାଇଡର୍ସ ଦଳ । ୨୦୧୩, ୨୦୧୫ ଏବଂ ୨୦୧୭ ସିଜିନ୍ ରେ ଆଇପିଏଲ୍ ଟ୍ରଫି ହାତେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ଦଳ । ୨୦୧୬ ଆଇପିଲ୍ ଚମ୍ପିଆନ ହୋଇଥିଲା ସନରାଇଜର୍ସ ହାଇଦ୍ରାବାଦ ।

Previous ରାହୁଲଙ୍କ ମାଇଲଖୁଣ୍ଟ: ଦିଲ୍ଲୀକୁ ହରାଇଲା ପଞ୍ଜାବ
Next ଫଲୋ କରନ୍ତୁ ଖିଲାଡି କୁମାରଙ୍କ ରୁଟିନ: ରହିବେ ଏଭରଗ୍ରୀନ

No Comment

Leave a reply

Your email address will not be published. Required fields are marked *