ଦୁଇ ଦିନ ପରେ ଆଇପିଏଲ୍ : ଜାଣନ୍ତୁ ଆଇପିଏଲ୍ ସଂପର୍କିତ କିଛି ଗୁରୁତ୍ୱପୂର୍ଣ ତଥ୍ୟ

IPL starts after two days

ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । କମ୍ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଆଇପିଏଲ୍ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି ଭାରତୀୟ ଦର୍ଶକ । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ଏଠାରେ ଉପସ୍ଥାପନ କରୁଛୁ ।

ସର୍ବାଧିକ ୩ ଥର ଆଇପିଏଲ୍ ଜିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ସବୁଠୁ ଅଧିକ ୯୨ଟି ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି ଏହି ଦଳ । ଆଇପିଏଲ୍ ରେ ସର୍ବାଧିକ ୪୫୪୦ ରନ୍ ସଂଗ୍ରହ କରିଛନ୍ତି ଭାରତୀୟ ଦଳର ପ୍ରତିଭାବାନ୍ ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନା । ୨୬୩ଟି ଛକା ମାରି ସବୁଠୁ ଅଧିକ ଛକା ମାରିବା ସହ ସର୍ବାଧିକ ୫ଟି ଶତକ ହାସଲ କରିବାର କୀର୍ତ୍ତମାନ ସ୍ଥାପନ କରିଛନ୍ତି କାରବିୟାନ୍ ଦଳର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଆଇପିଏଲ୍ ରେ ଏଯାବତ୍ ସବୁଠୁ ଅଧିକ ୧୫୪ ଉଇକେଟ ହାତେଇଛନ୍ତି ଲାସିଥ୍ ମାଲିଙ୍ଗା । ସର୍ବାଧିକ ୭ ଥର ୪ଟି ଉଇକେଟ ନେଇ ବିରଳ ମାଇଲସ୍ତମ୍ଭ ସ୍ଥାପନ କରିଛନ୍ତି କାରବିୟାନ୍ ଦଳର ପ୍ରତିଭାବାନ୍ ସ୍ପିନର ସୁନୀଲ ନାରାୟଣ । ସର୍ବାଧିକ ୩ ଥର ହ୍ୟାଟ୍ରିକ ହାସଲ କରିଛନ୍ତି ଭାରତର ଲେଗ୍ ସ୍ପିନର ଅମିତ ମିଶ୍ର । ଆଇପିଏଲ୍ ରେ ସବୁଠୁ ଅଧିକ ୮୬ଟି କ୍ୟାଚ ନେଇଛନ୍ତି ସୁରେଶ ରୈନା । ଉଇକେଟ ପଛରେ ସବୁଠୁ ଅଧିକ ୧୮୬ଟି ଡିସମିସାଲ୍ କରିଛନ୍ତି ଦୀନେଶ କାତ୍ତର୍ତ୍ତକ । ଆଇପିଏଲ୍ ରେ ସବୁଠୁ ଅଧିକ ୩୩ ଥର ଷ୍ଟମ୍ପିଂ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ରବୀନ ଉଥାପା ।

Previous 3ଟି ବିଶ୍ୱ କପ ବିଜେତା ଦଳରେ ଥିବା ବିଶ୍ୱର ଏକମାତ୍ର କ୍ରିକେଟର କିଏ ଜାଣନ୍ତି କି?
Next ପୋଲିସ ସବ ଇନିସପେକ୍ଟର, ଡିଟେକ୍ଟିଭ ଡଗ୍ ସ୍କାର୍ଡ ପାଇଁ ବାହାରିଲା ବିଜ୍ଞପ୍ତି

No Comment

Leave a reply

Your email address will not be published. Required fields are marked *