ଭାରତୀୟ ଖେଳାଳୀ ହଟହଟା: 2 ମିନିଟରେ ସ୍ନାନ କରିବାକୁ ନିର୍ଦ୍ଦେଶ


ପ୍ରଥମ ଟେଷ୍ଟ ଅବ୍ୟବହିତ ପୂର୍ବରୁ ଭାରତୀୟ ଖେଳାଳୀଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡିଛି । କେପଟାଉନ ରେ ଜଳାଭାବ ଯୋଗୁଁ ମାତ୍ର ୨ ମିନିଟ୍ ରେ ସ୍ନାନ କରିବା ପାଇଁ ଭାରତୀୟ ଦଳର ଖେଳାଳିମାନଙ୍କୁ କୁହାଯାଇଛି । ଜଳକ୍ଳିଷ୍ଟ ଅଞ୍ଚଳର ଅନେକ ଖେଳାଳୀ ଜାତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ ସେମାନେ ଜଳାଭାବଜନିତ ସମସ୍ୟାକୁ ଭଲ ଭାବେ ହୃଦୟଙ୍ଗମ କରିପାରିଛନ୍ତି ।

ବିଗତ ଏକ ଶତାବ୍ଦୀ ମଧ୍ୟରେ ପ୍ରଥମ ଥର ପାଇଁ କେପଟାଉନ୍ ରେ ଏଭଳି ଭୟଙ୍କର ମରୁଡି ପରିସ୍ଥିତି ଉପୁଜିଛି । ଜଳ ସଂରକ୍ଷଣ ସକାଶେ ନଗରର ବାସିନ୍ଦାଙ୍କୁ ସରକୁଲାର ଜାରି କରିଛନ୍ତି କର୍ତ୍ତୃପକ୍ଷ । ସୁଇମିଂ ପୁଲ ଭର୍ତ୍ତି କରିବା, କାର୍ ଧୋଇବା ଆଦି କାର୍ଯ୍ୟରେ ପାନୀୟଜଳ ବ୍ୟବହାର ନେଇ ନିଷେଧାଦେଶ ଜାରି କରାଯାଇଛି । ସଂପ୍ରତି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୭୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଜଳ ବିଶୋଧନ ପ୍ଲାଣ୍ଟ ସ୍ଥାପନ କରାଯାଇଛି । କିନ୍ତୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ଥାନୀୟ ବାସିନ୍ଦା ଜଳର ଆବଶ୍ୟକତାକୁ ହୃଦୟଙ୍ଗମ କରି ଜଳ ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି କେପଟାଉନ୍ ମେୟର ପାଟ୍ରିକା ଡେ ଲିଲି । ଭାରତୀୟ ଦଳର ଖେଳାଳୀଙ୍କୁ ଦୁଇ ମିନିଟ୍ ରେ ସ୍ନାନ କରିବା ପାଇଁ ନିର୍ଦ୍ଦେଶ ଦେବା ନିଶ୍ଚିତ ରୂପେ ଏକ ଦୁଃବ୍ୟବସ୍ଥା । କିନ୍ତୁ ଏହା ସେମାନଙ୍କ ପ୍ରଦର୍ଶନ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଐତିହାସିକ ସିରିଜ୍ ବିଜୟ ପାଇଁ ଦଳର ସମସ୍ତ ଖେଳାଳୀ ସଙ୍କଳ୍ପବଦ୍ଧ ।

Previous ସମ୍ବଲପୁରୀ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ
Next ଭୁବନେଶ୍ୱରଙ୍କ ପ୍ରଭାବୀ ବୋଲିଂ: ଦକ୍ଷିଣ ଆଫ୍ରିକା ୧୦୭/୩

No Comment

Leave a reply

Your email address will not be published. Required fields are marked *