ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ମଙ୍ଗ ଧରିବେ ମିତାଲି

Mithali Raj lead indian women's cricket team against South Africa

ଆସନ୍ତା ମାସରେ ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ସିରିଜ୍ ପାଇଁ ମିତାଲି ରାଜଙ୍କୁ ଅଧିନାୟକ ଭାବେ ଚୟନ କରଯାଇଥିବାବେଳେ ମୁମ୍ବାଇର ଜେମିମା ରଡରିଗ୍ୱେଜ, ମଧ୍ୟପ୍ରଦେଶର ପୂଜା ଭାସ୍ତ୍ରେକର ଓ ପଞ୍ଜାବର ଉଇକେଟ ରକ୍ଷକ ତାନିଆ ଭାଟିଆଙ୍କୁ ଦଳରେ ସାମିଲ କରାଯାଇଛି । ଫେବୃୟାରୀ ୨ରେ ବ୍ଲୋଏମ୍ଫୋଣ୍ଟେନ୍ ରେ ଉଭୟ ଦଳ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଫେବୃୟାରୀ ୫ ଓ ୭ରେ କିମ୍ବର୍ଲିରେ ପ୍ରଥମ ଓ ଦ୍ୱିତୀୟ ଦିନିକିଆ ଖେଳାଯିବ । ଉଭୟ ଦଳ ଅନ୍ତିମ ଦିନିକିଆ ଫେବୃୟାରୀ ୧୦ରେ ଖେଳିବେ । ଦିନିକିଆ ସିରିଜ୍ ପରେ ୫ଟି ଟି-୨୦ ପାଇଁ ଖେଳାଳି ତାଲିକା ଘୋଷଣା କରାଯିବ ।

Previous ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ
Next ଡନଙ୍କ ରେକର୍ଡ଼ ଭାଙ୍ଗିଲେ ବାହିର

No Comment

Leave a reply

Your email address will not be published. Required fields are marked *