ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରତ୍ୟାବର୍ତ୍ତନ:୨୦୩ ରନର ବଡ ବ୍ୟବଧାନରେ ବିଜୟୀ

india win

କର ବା ମର ମ୍ୟାଚରେ ଇଂଲଣ୍ଡ ବିରୋଧରେ ୨୦୩ ରନର ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିଛି ଭ୍ରମଣକାରୀ ଦଳ । ବିଶେଷତଃ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମ ଇଂନିସରେ ଅଧିନାୟକ କୋହଲି ଓ ରାହାଣେଙ୍କ ଚମକପ୍ରଦ ବ୍ୟାଟିଂ, ପାଣ୍ଡ୍ୟାଙ୍କ ବିଧ୍ୱଂସୀ ବୋଲିଂକୁ ଆଧାର କରି ଭ୍ରମଣକାରୀ ଦଳକୁ ଅଡୁଆରେ ପକାଇଥିଲା ଭାରତୀୟ ଦଳ । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲା । ୫୨୧ ରନର ବିଶାଳ ବିଜୟଲକ୍ଷ୍ୟକୁ ପିଛା କରି ୩୧୭ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ ଦଳ ।

Previous ଟ୍ରେଣ୍ଟବ୍ରିଜ ଟେଷ୍ଟ:ବିଜୟ ଦ୍ୱାର ଦେଶରେ ଭାରତ
Next ଦିତୀୟ ବିବାହ କରିବେ ଅରବାଜ

No Comment

Leave a reply

Your email address will not be published. Required fields are marked *