19 ବର୍ଷରୁ କମ ବିଶ୍ୱକପ ହାତେଇଲା ଭାରତ:ଶୁବମାନ୍ ପ୍ଲେୟାର ଅଫ୍ ଦି ସିରିଜ୍

India win under-19 world cup trophy

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୮ ଉଇକେଟରେ ପରାସ୍ତ କରିଛି । ଏହି ବିଜୟ ସହ ୪ ଥର ବିଶ୍ୱ କପ୍ ହାତେଇଛି ଭାରତୀୟ ଦଳ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଦଳ । ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂର ସାମ୍ନା କରିନପାରି ୪୭ ଓଭରରେ ମାତ୍ର ୨୧୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା ଅଷ୍ଟ୍ରେଲିଆ । ଜୋନାଥନ ମେର୍ଲୋର୍ଙ୍କ ୭୬ ରନ୍ କୁ ଛାଡିଦେଲେ କଙ୍ଗାରୁ ଦଳର ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିପାରିନଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରଥମରୁ ଦୃଢତାର ସହ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର ୭୧ ରନ୍ ଥିବାବେଳେ ଅଧିନାୟକ ପୃଥ୍ୱୀ ସ ୨୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଶୁବମାନ୍ ଗିଲ୍ ଭଲ ପ୍ରାରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିପାରିନଥିଲେ । ୪ଟି ଚୈାକା ସହ ୩୧ ରନ୍ କରି ଆଉଟ୍ ହୋଇଥିଲେ ସେ । ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମନଜୋତ କାଲରା ଏବଂ ହାର୍ଭିକ ଦେଶାଇ । କାଲରା ଆକର୍ଷଣୀୟ ଶତକ ହାସଲ କରିଥିଲାବେଳେ ୪୭ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଦେଶାଇ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରିଥିବା ଶୁବମାନ୍ ଗିଲଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଦିଆଯାଇଥିଲା । ଶତକ ହାସଲକାରୀ କାଲରା ପାଇଥିଲେ ପ୍ଲେୟାର ଅଫ୍ ଦି ମ୍ୟାଚ ପୁରସ୍କାର ।

Previous ପିଟରସନଙ୍କ ମନପସନ୍ଦ ବିଶ୍ୱ ଏକାଦଶ : ତିନିଟିଯାକ ଫର୍ମାଟରେ ସେହୱାଗ
Next ସଚିନଙ୍କୁ ଡକରେ ଆଉଟ କରିଥିବା ଏକମାତ୍ର ଭାରତୀୟ ବୋଲର କିଏ? ଜାଣନ୍ତି କି?

No Comment

Leave a reply

Your email address will not be published. Required fields are marked *