ହିରୋ ସାଜିଲେ ଡ଼ିକେ: ଭାରତ ନିଦାହାସ ଟ୍ରଫି ଚମ୍ପିଆନ୍

India win Nidahas trophy

ଶେଷ ବଲ୍ ରେ ଦୀନେଶ କାର୍ତ୍ତକଙ୍କ ଅବିଶ୍ୱସନୀୟ ଛକା ବଳରେ ନିଦାହାସ ଟ୍ରଫି ହାତେଇଛି ଭାରତ । ଏକ ସମୟରେ ବିଜୟ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଅନ୍ତିମ ମୁହୁର୍ତ୍ତରେ କାର୍ତ୍ତକଙ୍କ ଅଭୁତପୂର୍ବ ବ୍ୟାଟିଂ ପ୍ରଦର୍ଶନ ବାଂଲାଦେଶ ଆଶାରେ ପାଣି ଭରିଦେଇଥିଲା । ୨ ଚୌକା ଏବଂ ୩ ବିଶାଳ ଛକା ସହାୟତାରେ ମାତ୍ର ୮ଟି ବଲରୁ ୨୯ ରନ୍ ର ବିସ୍ଫୋରକ ଇଂନିସ ଖେଳିଥିବା କାର୍ତ୍ତକ ବିଜୟର ନାୟକ ସାଜିଥିଲେ ।

ଆର୍. ପ୍ରେମଦାସା ଷ୍ଟାଡିୟମ୍ ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନଇଥିଲା ଭାରତ । ଆମନ୍ତ୍ରଣ ପାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲାଦେଶ । ମାତ୍ର ୩୩ ରନ୍ ରେ ପ୍ରମୁଖ ତିନିଟି ଉଇକେଟ ହରାଇଥିଲା ଦଳ । ରୈନାଙ୍କ ହାତରେ କ୍ୟାଚ ଧରାଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଲିଟନ୍ ଦାସଙ୍କୁ ପ୍ୟାଭିଲିୟନ୍ ଫେରାଇଦେଇଥିଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ୱାଶିଂଟନ୍ ସୁନ୍ଦର । ମାତ୍ର ୬ ରନ୍ ବ୍ୟବଧାନରେ ତମିମ୍ ଇକବାଲ୍ ଏବଂ ସୌମ୍ୟ ସରକାରଙ୍କୁ ଆଉଟ୍ କରି ବାଂଲାଦେଶୀ ଶିବିରରେ ଆତଙ୍କ ଖେଳାଇଦେଇଥିଲେ ପ୍ରତିଭାବାନ୍ ସ୍ପିନର ଚହଲ୍ । ଫାଷ୍ଟ ଡାଉନ୍ ବ୍ୟାଟିଂ କରିବାକୁ ଆସିଥିବା ସବିର୍ ରହମନ୍ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା ବାଂଲାଦେଶ ।

ଏହାର ଜବାବରେ ବ୍ୟାଟିଂ ଆରମ୍ଭ କରି ୩୨ ରନ୍ ରେ ଧାୱନ ଓ ରୈନାଙ୍କ ମୂଲ୍ୟବାନ୍ ଉଇକେଟ ହରାଇଥିଲା ଭାରତ । ଲୋକେଶ ରାହୁଲ ଓ ରୋହିତ ଶର୍ମା ଦୃଢ ବ୍ୟାଟିଂ କରି ଭାରତର ବିଜୟ ପାଇଁ ପଥ ପରିଷ୍କାର କଲେ । ଦଳୀୟ ସ୍କୋର ୮୩ ଥିଲାବେଳେ ଛକା ମାରିବାକୁ ଯାଇ କ୍ୟାଚ ଆଉଟ୍ ହୋଇଥିଲେ ରାହୁଲ । ସମାନ ଢଙ୍ଗରେ ଇସଲାମଙ୍କ ବଲ୍ ରେ ମହମ୍ମଦୁଲାଙ୍କ ହାତରେ ଧରାପଡିଥିଲେ ରୋହିତ । ଏକ ସମୟରେ ଭାରତ ସହଜରେ ବିଜୟ ହାସଲ କରିବ ବୋଲି ପ୍ରତୀୟମାନ ହେଉଥିଲାବେଳେ କ୍ରିଜରେ ଜମିଯାଇଥିବା ଦୁଇ ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ଅଳ୍ପ ରନ୍ ବ୍ୟବଧାନରେ ଆଉଟ୍ ହୋଇଯିବାରୁ ମ୍ୟାଚରେ ପୁଣି ରୋମାଞ୍ଚ ଭରିଯାଇଥିଲା । ଶେଷ ୧୨ଟି ବଲ୍ ରେ ବିଜୟ ପାଇଁ ଟିମ୍ ଇଣ୍ଡିଆ ଆବଶ୍ୟକ କରୁଥିଲା ୩୪ ରନ୍ । କ୍ରିଜରେ ଥିଲେ କାର୍ତ୍ତିକ ଏବଂ ଶଙ୍କର । ରୁବେଲ୍ ହୁସେନ୍ ଙ୍କ ପ୍ରଥମ ବଲ୍ ରେ ଛକା ମାରି ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲେ ଦୀନେଶ । ଲଗାତାର ଚୌକା, ଛକାର ବର୍ଷଣ କରି ୧୯ତମ ଓଭରରେ ୨୨ ରନ୍ ଉଠାଇଥିଲେ ଏହି ମ୍ୟାଚ ବିଜୟୀ ତାରକା । ଶେଷ ଓଭରରେ ଦଳ ବିଜୟ ପାଇଁ ଆବଶ୍ୟକ କରୁଥିଲା ୧୨ ରନ୍ । ଥାର୍ଡ ମ୍ୟାନ ଅଞ୍ଚଳରେ ଶଙ୍କରଙ୍କ ଚୌକା ଫଳରେ ବିଜୟ ବ୍ୟବଧାନ ଆହୁରି କମିଯାଇଥିଲା । ଶେଷ ବଲ୍ ରେ ବିଜୟ ପାଇଁ ଦରକାର ଥିଲା ୫ ରନ୍ । ଅଫ୍ ସାଇଡ୍ ରେ ଚିତ୍ତାକର୍ଷକ ଛକା ମାରି ଦଳକୁ ଚମ୍ପିଆନ୍ କରାଇଲେ କାର୍ତ୍ତକ । ଫାଇନାଲ୍ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ପାଇଁ ଦୀନେଶ କାର୍ତ୍ତକଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

Previous ସୁରକ୍ଷିତ କିଡନିର ମହାମନ୍ତ୍ର
Next ସୁୁରକ୍ଷିତ ଲିଭରର ମହୈାଷଧି

No Comment

Leave a reply

Your email address will not be published. Required fields are marked *