ଟ୍ରେଣ୍ଟବ୍ରିଜ ଟେଷ୍ଟ:ବିଜୟ ଦ୍ୱାର ଦେଶରେ ଭାରତ

india vs england third test

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟର ଦ୍ୱାର ଦେଶରେ ଉପନୀତ ହୋଇଛି । କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ପରେ ତୃତୀୟ ମ୍ୟାଚରେ ଉଭୟ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଚତୁର୍ଥ ଇଂନିସରେ ଘରୋଇ ଇଂଲଣ୍ଡ ଦଳ ସମ୍ମୁଖରେ ୫୨୧ ରନ୍ ର ବିଶାଳ ଲକ୍ଷ୍ୟ ରହିଥିଲା । ମିଳିଥିବା ସୂଚନାନୁଯାୟୀ ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ୯ ଉଇକଟେ ହରାଇ ୩୧୧ ରନ୍ ସଂଗ୍ରହ କରିଛି । ହାତରେ ଆଉ ଗୋଟିଏ ଉଇକେଟ ଥିବାବେଳେ ବିଜୟ ପାଇଁ ୨୧୦ ରନର ଆବଶ୍ୟକତା ରହିଛି ।
ଟସ୍ ଜିଣି ଘରୋଇ ଇଂଲଣ୍ଡ ଦଳ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ କୋହଲି ଓ ରାହାଣେଙ୍କ ଚମକପ୍ରଦ ବ୍ୟାଟିଂ ବଳରେ ୯୪.୫ ଓଭରରେ ସମସ୍ତ ଉଇକେଟ ହରାଇ ୩୨୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମାତ୍ର ୩୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା ଘରୋଇ ଇଂଲଣ୍ଡ ଦଳ । ଦ୍ୱିତୀୟ ଇଂନିସରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । କ୍ୟାରିୟରର ୨୩ ତମ ଶତକ ହାସଲ କରିଥିଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ପ୍ରଥମ ଇଂନିସରେ ୫ଟି ଉଇକେଟ ନେଇ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଇଂନିସରେ ୫୨ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ଦ୍ୱିତୀୟ ଇଂନିସରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ବିଜୟ ପାଇଁ ସେତିକି ଯଥେଷ୍ଟ ନୁହେଁ । ଦ୍ୱିତୀୟ ଇଂନିସରେ ଉଇକେଟ କିପର ଜସ୍ ବଟଲର ୧୦୬ ରନ ସଂଗ୍ରହ କରିଥିବାବେଳେ ବେନ୍ ଷ୍ଟୋକ୍ସ ୬୨ ରନ୍ ସଂଗ୍ରହ କରିଥିଲେ । ଭ୍ରମଣକାରୀ ଭାରତୀୟ ଦଳସ ପକ୍ଷରୁ ସର୍ବାଧିକ ୫ଟି ଉଇକେଟ ନେଇ ଘରୋଇ ଇଂଲଣ୍ଡ ଦଳର ବିପର୍ଯ୍ୟୟ ଘଟାଇଛନ୍ତି ଜସପ୍ରୀତ ବୁମରା ।

Previous କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସନି ଦେଲେ ୫କୋଟି !
Next ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରତ୍ୟାବର୍ତ୍ତନ:୨୦୩ ରନର ବଡ ବ୍ୟବଧାନରେ ବିଜୟୀ

No Comment

Leave a reply

Your email address will not be published. Required fields are marked *