ଟି-20 ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ


 

ଆଇସିସିର ସଦ୍ୟ ପ୍ରକାଶିତ ଟି-୨୦ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଶ୍ରୀଲଙ୍କା ସିରିଜ୍ ଆରମ୍ଭ ହେବା ପୂର୍ବରୁ ଏହି ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଥିଲା । ସଦ୍ୟ ତାଲିକା ପ୍ରସ୍ତୁତ ହେବା ପୂର୍ବରୁ ୧୧୯ ପଏଣ୍ଟ ସହ ଇଂଲଣ୍ଡ ତଳକୁ ରହିଥିଲା ଭାରତ ।

ସଦ୍ୟ ସମାପ୍ତ ଶ୍ରୀଲଙ୍କା ସିରିଜରେ ଚମତ୍କାର ପ୍ରଦର୍ଶନ କରି ୩-୦ରେ ସିରିଜ୍ ପୋଛି ନେଇଛି ଘରୋଇ ଦଳ । ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ୩୫ ବଲ୍ ଶତକ ସିରିଜର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା । ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ପ୍ରଥମ ଓ ଦ୍ୱିତୀୟ   ଟି-୨୦ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ପ୍ରଥମ ମ୍ୟାଚ୍ ରେ ୬୧ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଟି-୨୦ରେ ୮୯ ରନ୍ ସଂଗ୍ରହ କରିଥିଲେ ଲୋକେଶ । ଯୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଯୋଡି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନଙ୍କୁ ପୂରା ସିରିଜରେ ବ୍ୟତିବ୍ୟସ୍ତ କରିଦେଇଥିଲେ । ଚହଲ ଏବଂ ଧୋନିଙ୍କ ଯୋଡିର କମାଲ୍ ମଧ୍ୟ ଦେଖିବାକୁ ମିଳିଥିଲା ଗତ ସିରି ଜ୍ ରେ । ବ୍ୟାଟ୍ସମ୍ୟାନ ଆଗକୁ ଆସି ବଡ ହିଟ୍ ମାରିବାକୁ ପ୍ରୟାସ କରୁଥିବାବେଳେ ଦୂରରେ ବଲ୍ ପକାଇ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥିଲେ ଚହଲ । ଉଇକେଟ୍ ପଛରେ ଧୋନିଙ୍କ ପ୍ରଦର୍ଶନ ଥିଲା ଅଭୁତପୂର୍ବ । ସମଗ୍ର ସିରିଜରେ ଚମତ୍କାର ପ୍ରଦର୍ଶନ ସହ ୧୨୧ ପଏଣ୍ଟ ପାଇ ଟେବୁଲ୍ ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ତଳକୁ ଦ୍ୱିତୀୟ ସ୍ଥାନ ହାସଲ କରିଛି ଭାରତ ।

ଆଇସିସି ଦ୍ୱାରା ପ୍ରକାଶିତ ଟି-୨୦ ତାଲିକାରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ ଦଳ ସମାନ ୧୨୦ ପଏଣ୍ଟ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ୧୧୯ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ନେତୃତ୍ୱ ଯୋଗୁଁ ତିନିଟି ଯାକ ଟି-୨୦ରେ ପରାଜିତ ହୋଇଥିଲା ଶ୍ରୀଲଙ୍କା ଦଳ । ତିନିଟି କ୍ରମାଗତ ପରାଜୟ ଯୋଗୁଁ ୩ ପଏଣ୍ଟ ହରାଇବା ସହ ଅଷ୍ଟମ ସ୍ଥାନରେ ରହିଛି ଏହି ଦଳ ।

Previous ଆକ୍ୟୁପ୍ରେସର - ଜାଣନ୍ତୁ ଶରୀରରେ କେଉଁ ରୋଗ ପାଇଁ କେଉଁ ପଏଣ୍ଟ
Next ଦେଶର ଦ୍ୱିତୀୟ ଶ୍ରେଷ୍ଠ ପ୍ରଶାସକ ନୂଆପଡ଼ା ଜିଲ୍ଲାପାଳ ଡ଼କ୍ଟର ପୋମା ଟୁଡୁ

No Comment

Leave a reply

Your email address will not be published. Required fields are marked *