ବିଶ୍ୱ ହକି ଲିଗ୍: ଭାରତକୁ ବ୍ରୋଞ୍ଜ


ବିଶ୍ୱ ହକି ଲିଗ୍ ର ପ୍ରଥମ ମ୍ୟାଚ୍ ରେ ଭାରତ ସହ ମ୍ୟାଚ୍ ଅମୀମାଂସିତ ରଖି ଅଭିଯାନ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚ୍ ପରେ ଅନ୍ୟ ସମସ୍ତ ମ୍ୟାଚ୍ ରେ ପ୍ରଭାବୀ ପ୍ରଦର୍ଶନ କରି ଫାଇନାଲ୍ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ । ଆୟୋଜକ ଭାରତ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ତୃତୀୟ ଦଳ ଭାବେ ବିବେଚିତ ହୋଇଛି । ପ୍ଲେ-ଅଫ୍ ରେ ଜର୍ମାନୀକୁ ପରାଜିତ କରି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ ।

ଗତକାଲି ଅନୁଷ୍ଠିତ ପ୍ଲେ-ଅଫ୍ ରେ ଭାରତ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି । ଲିଗ ପର୍ଯ୍ୟାୟ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ । ଜର୍ମାନୀ ପରାଜୟ ସହ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛି । ଗତକାଲି ଅନୁଷ୍ଠିତ ହାଇ ଭୋଲଟେଜ ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ଏସ.ଭି. ସୁନୀଲ ଏବଂ ଜର୍ମାନୀ ପକ୍ଷରୁ ମାର୍କ ଆପଲ୍ ଗୋଲ୍ ସ୍କୋର କରିଥିଲେ । ପ୍ରତିଯୋଗିତାର ଗତ ସଂସ୍କରଣରେ ମଧ୍ୟ ନେଦରଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ଆୟୋଜକ ଭାରତ । ଶେଷ ଦୁଇ ମିନିଟ୍ ରେ ତିନିଟି କର୍ନର ମିସ୍ ଏହି ନମ୍ବର ୱାନ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ।

ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଜୁନିୟର ଖେଳାଳି ବିବେଚିତ ହୋଇଥିଲେ ବେଲଜିୟମ୍ ର ଭିକ୍ଟର ୱେଗନେଜ୍ । ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ହାତେଇଥିଲେ ଆର୍ଜେଣ୍ଟିନାର ଜୁଆନ୍ ଭିଭାଲ୍ଡି । ଶ୍ରେଷ୍ଠ ସ୍କୋରର ଭାବେ ପୁରସ୍କୃତ ହୋଇଥିଲେ ବେଲଜିୟମ୍ ର ଲୋଇକ୍ ଲୁଇପର୍ଟ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଜର୍ମାନୀ ଅଧିନାୟକ ମ୍ୟାଟ୍ସ ଗ୍ରାମବକ୍ସଙ୍କୁ ମିଳିଥିଲା ୫ ଲକ୍ଷ ଟଙ୍କା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ତୃତୀୟ ସ୍ଥାନ ପାଇଁ ବିଜୟୀ ହୋଇଥିବା ଭାରତକୁ ବ୍ରୋଞ୍ଜ ପଦକ ପ୍ରଦାନ କରିଥିଲେ । ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟ ଓ କୋଚଙ୍କୁ ୧୦ ଲକ୍ଷ ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।

 

Previous ବିଜ୍ଞାନ - ଶ୍ୱସନ (Respiration Process)
Next ଦୁନିଆର ୬ଟି ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା

No Comment

Leave a reply

Your email address will not be published. Required fields are marked *