ଆଇସିସି ଟି-୨୦ ତାଲିକା:ଚତୁର୍ଥ ସ୍ଥାନରେ ପ୍ରତିଭାଦୀପ୍ତ ରାହୁଲ


ସଦ୍ୟ ସମାପ୍ତ ସିରିଜରେ ଲୋକେଶ ରାହୁଲ ଏବଂ କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ ୩-୦ରେ ସିରିଜ୍ ପୋଛି ନେଇଥିଲା ଭାରତ । ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବଂ ରୋହିତ ଶର୍ମାଙ୍କର ମଧ୍ୟ ଟି-୨୦ ରାଙ୍କରେ ଉନ୍ନତି ଘଟିଛି ।

ପ୍ରଥମ ଟି-୨୦ରେ ଲୋକେଶ ରାହୁଲ ୬୧ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଟି-୨୦ରେ ସଂଗ୍ରହ କରିଥିଲେ ଚିତ୍ତାକର୍ଷକ ୮୯ ରନ୍ । ୩ଟି ମ୍ୟାଚ୍ ରେ ସର୍ବମୋଟ ୧୫୪ ରନ୍ ସଂଗ୍ରହ କରି ୨୩ରୁ ସିଧା ୪ ରାଙ୍କରେ ପହଞ୍ଚିଛନ୍ତି ରାହୁଲ । ରୋହିତ ପ୍ରଥମ ମ୍ୟାଚ ରେ ଫେଲ୍ ମାରିଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚରେ ମାତ୍ର ୩୫ ବଲ୍ ରେ ଶତକ ହାସଲ କରି ଯୁଗ୍ମ ଦ୍ରୁତତମ ଶତକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ । ରୋହିତ ସମଗ୍ର ସିରିଜ୍ ରେ ୧୬୨ ରନ୍ ସଂଗ୍ରହ କରି ଚତୁର୍ଦ୍ଦଶ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଆରୋନ୍ ଫିଞ୍ଚ ଟି-୨୦ ତାଲିକାରେ ଶୀର୍ଷ ସ୍ଥାନରେ ଅଛନ୍ତି । କାରବିୟାନ୍ ଦଳର ଏଭିନ୍ ଲୁଇସ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ବ୍ୟକ୍ତିଗତ କାରଣ ଯୋଗୁଁ ସିରିଜରୁ ଓହରିଯାଇଥିବାରୁ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଥିଲେ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି । ଦିନିକିଆରେ ବିରାଟ ପ୍ରଥମ ସ୍ଥାନରେ ରହିଥିବାବେଳେ ଟେଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟି-୨୦ ତାଲିକାରେ ଆରୋନ୍ ଫିଞ୍ଚଙ୍କଠାରୁ ମାତ୍ର ୮ ପଏଣ୍ଟ ଦୂରରେ ଅଛନ୍ତି ବିରାଟ । କାରବିୟାନ୍ ବ୍ୟାଟ୍ସମ୍ୟାନ ଏଭିନ୍ ଲୁଇସଙ୍କଠାରୁ ୪ ପଏଣ୍ଟ ଦୂରରେ ଅଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ । ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଳ ପେରେରା ୮ଟି ସ୍ଥାନ ଉପରକୁ ଉଠି ୩୦ ରାଙ୍କରେ ପହଞ୍ଚିଛନ୍ତି । ସମଗ୍ର ସିରିଜରେ ୮୧ ରନ୍ ସହ ୧୦୫ ରାଙ୍କରେ ରହିଛନ୍ତି ବାମହାତି ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ।

Previous ଚର୍ଚ୍ଚିତ ଯୋଡ଼ି ବିରୁଷ୍କା
Next ଏ-ୱାନ୍ ରିଅଲ୍ ମାଦ୍ରିଦ୍

No Comment

Leave a reply

Your email address will not be published. Required fields are marked *