ବିଶ୍ୱ ଏକାଦଶ ଘୋଷଣା:ଉଭୟ ଫର୍ମାଟରେ କୋହଲି ଅଧିନାୟକ

ICC DECLARED THE ONE DAY AND TEST TEAM FOR 2017

୨୦୧୭ ବର୍ଷ ପାଇଁ ଟେଷ୍ଟ ଓ ଏକଦିବସୀୟ ଦଳ ଘୋଷଣା କରିଛି ଇଣ୍ଟରନ୍ୟାସନାଲ୍ କ୍ରିକେଟ କାଉନସିଲ(ଆଇସିସି) । ୨୧ ସେପ୍ଟେମ୍ବର ୨୦୧୬ରୁ ୩୧ ଚିସେମ୍ବର ୨୦୧୭ ମଧ୍ୟରେ ଖେଳାଳୀଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ ହୋଇଛି । ଉଭୟ ଟେଷ୍ଟ ଏବଂ ଏକଦିବସୀୟ ପାଇଁ ଅଧିନାୟକ ଘୋଷିତ ହୋଇଛନ୍ତି ଭାରତୀୟ ବ୍ୟାଟିଂ ବିସ୍ମୟ ବିରାଟ କୋହଲି । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଫର୍ମାଟରେ ଅଭୁତପୂର୍ବ ପ୍ରଦର୍ଶନ କରିଥିଲେ ସେ । ଯାହାଫଳରେ ଭାରତ ଟେଷ୍ଟ ଓ ଏକଦିବସୀୟରେ ଯଥାକ୍ରମେ ୧ ଏବଂ ୨ ନମ୍ବର ଦଳର ମାନ୍ୟତା ହାସଲ କରିଥିଲା ।

ଆଇସିସି ଦ୍ୱାରା ପ୍ରକାଶିତ ଦିନିକିଆ ୱାଲ୍ଡ-୧୧ରେ ସ୍ଥାନ ପାଇଛନ୍ତି ଭାରତୀୟ ଦଳର ସଦସ୍ୟ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମରା । ଅଷ୍ଟ୍ରେଲିଆ ଦଳର ଓପନର ଡେଭିଡ ୱାର୍ଣ୍ଣର ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକାର ଏବିଡିଭିଲିୟର୍ସ ଏବଂ କ୍ୱିଣ୍ଟନ ଡିକକ୍ ଦିନିକିଆ ଏକାଦଶରେ ସ୍ଥାନ ପାଇଥିବାବେଳେ ପାକିସ୍ତାନର ବାବର ଆଜମ୍ ଏବଂ ହାସନ୍ ଅଲୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ, ଆଫ୍ଗାନିସ୍ତାନ ଓ ଇଂଲଣ୍ଡର ଜଣେ ଲେଖାଏଁ ଖେଳାଳୀଙ୍କୁ ବିଶ୍ୱ ଦିନିକିଆ ଏକାଦଶରେ ସ୍ଥାନ ମିଳିଛି । ଇଂଲଣ୍ଡର ବେନ ଷ୍ଟୋକ୍ସ, ଆଫଗାନିସ୍ତାନର ରାସିଦ ଖାନ୍ ଏବଂ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଏହି ସଦ୍ୟ ପ୍ରକାଶିତ ତାଲିକାରେ ସାମିଲ କରାଯାଇଛି ।

ଟେଷ୍ଟ ଏକାଦଶରେ ମଧ୍ୟ ଭାରତର ତିନି ଜଣ ଖେଳାଳୀଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଅଧିନାୟକ ବିରାଟ କୋହଲି, ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଓ ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା । ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍, ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଏବଂ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିବାବେଳେ ଦକ୍ଷିଣ ଆଫ୍ରିକାର ଡିନ୍ ଏଲଗାର, କ୍ୱିଣ୍ଟନ ଡିକକ୍ ଏବଂ କାଗିସୋ ରାବାଡାଙ୍କୁ ସ୍ଥାନ ମିଳିଛି । ଇଂଲଣ୍ଡ ଦଳରୁ ବେନ୍ ଷ୍ଟୋକ୍ସ ଏବଂ ଜେମ୍ସ ଆଣ୍ଡରସନ୍ ଙ୍କୁ ବିଶ୍ୱ ଟେଷ୍ଟ ଏକାଦଶରେ ସାମିଲ କରିଛି ଆଇସିସି ।

Previous ଚଳିତ ବର୍ଷ ଇଡକୋ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା
Next କୋହଲିଙ୍କୁ ଗ୍ୟାରଫିଲ୍ଡ ସୋବର୍ସ ପୁରସ୍କାର

No Comment

Leave a reply

Your email address will not be published. Required fields are marked *