ଆଜିର ଦିନରେ ଜନ୍ମ ହୋଇଛନ୍ତି ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟ ତାରକା ଗର୍ଡନ ଗ୍ରିନିଜ । ନିଜର ୧୦୦ତମ ଏକଦିବସୀୟରେ ଶତକ ହାସଲ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ହେଉଛନ୍ତି ଗ୍ରିନିଜ । ଟେଷ୍ଟ ଇତିହାସରେ ରିଟାୟାର୍ଡ ନଟଆଉଟ ଭଳି ଏକ ବିରଳ ରେକର୍ଡ ମଧ୍ୟ ରହିଛି ତାଙ୍କ ନାଁରେ ।
ବାର୍ବାଡୋସ ପକ୍ଷରୁ ଖେଳିବା ପୂର୍ବରୁ ଇଂଲିସ କାଉଣ୍ଟିଂ କ୍ରିକେଟ ଖେଳି କ୍ୟାରିୟର ଆରମ୍ଭ କରିଥିଲେ ଗ୍ରିନିଜ । ଅନେକ ସିଜିନରେ ହାମ୍ପସାୟାର ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ସେ । ପ୍ରଥମ ଶ୍ରେଣୀ ମ୍ୟାଚରେ ୯୨ ଶତକ ସହ ସମୁଦାୟ ୩୭ ହଜାର ରନ ସଂଗ୍ରହ କରିଛନ୍ତି ଗ୍ରିନିଜ । ୧୯୭୪ରେ ଇଣ୍ଡିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ସେ । ବାଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦେଶମଣ୍ଡ ହେନସ ଏବଂ ଗର୍ଡନ ଗ୍ରିନିଜଙ୍କ ଭାଗିଦାରୀ ଟେଷ୍ଟ କ୍ରିକେଟରେ ସର୍ବାଧିକ । ପାକିସ୍ତାନ ବିପକ୍ଷରେ ନିଜର ୧୦୦ତମ ଦିନିକିଆରେ ଶତକ ହାସଲ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ହେଉଛନ୍ତି ଗ୍ରିନିଜ । ୧୯ଟି ଶତକ ସହ ୧୦୮ଟି ଟେଷ୍ଟରୁ ସମୁଦାୟ ୭୫୫୮ ରନ୍ ସଂଗ୍ରହ କରିଛନ୍ତି ସେ । ୧୧ଟି ଶତକ ସହ ୧୨୮ଟି ଦିନିକିଆରୁ ୫୧୩୪ ରନ ସଂଗ୍ରହ କରିଛନ୍ତି ଗ୍ରିନିଜ । ୧୯୭୭ରେ ୱିଜଡନ କ୍ରିକେଟର ଅଫ ଦି ଇଅର ପୁରସ୍କାର ଜିତିଥିଲେ ସେ ।
No Comment