ହାପି ବାର୍ଥ ଡେ ଭିନୁ ମଙ୍କଡ

happy birth day vinoo mankad

ଆଜି ଭାରତର ମହାନ୍ କ୍ରିକେଟ କିମ୍ବଦନ୍ତୀ ଭିନୁ ମଙ୍କଡଙ୍କ ଜନ୍ମ । ୧୯୧୭ ମସିହା ଏପ୍ରିଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭିନୁ । ୧୯୫୬ରେ ପଙ୍କଜ ରୟଙ୍କ ସହିତ କରିଥିବା ୪୧୩ ରନ୍ ର ଭାଗିଦାରୀ ୫୨ ବର୍ଷ ପର୍ଯ୍ୟନ୍ତ କାୟମ ରହିଥିଲା ।

ଜଣେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଏବଂ ଡାହାଣହାତୀ ଓର୍ଥୋର୍ଡକ୍ସ ବୋଲର ହିସାବରେ କ୍ୟାରିୟର ଆରମ୍ଭ କରିଥିଲେ ଭିନୁ । ଭାରତ ପକ୍ଷରୁ ୪୪ଟି ଟେଷ୍ଟ ଖେଳି ୩୧.୪୭ ହାରରେ ୨୧୦୯ ରନ୍ ସଂଗ୍ରହ କରିଛନ୍ତି ଏହି ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ । ସମୁଦାୟ ୫ଟି ଟେଷ୍ଟ ଶତକ ହାସଲ କରିଛନ୍ତି ମଙ୍କଡ । ଟେଷ୍ଟରେ ୧୬୨ଟି ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି ସେ । ନଂ-୧ରୁ ୧୧ ମଧ୍ୟରେ ସବୁ ସ୍ଥାନରେ ବ୍ୟାଟିଂ କରିବାର ଦକ୍ଷତା ରଖନ୍ତି ମଙ୍କଡ । ତାଙ୍କ ପୁଅ ଅଶୋକ ମଙ୍କଡ ଭାରତ ପକ୍ଷରୁ ଟେଷ୍ଟ ଖେଳିଛନ୍ତି । ଆଉ ଜଣେ ପୁଅ ରାହୁଲ ମଙ୍କଡ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ୧୯୫୨ରେଇଂଲଣ୍ଡ ବିପକ୍ଷରେ ମଙ୍କଡଙ୍କ ପ୍ରଦର୍ଶନ ଥିଲା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ । ୫ଟି ଉଇକେଟ ଅକ୍ତିଆର କରି ଇଂଲଣ୍ଡର ପ୍ରଥମ ଇଂନିସକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ । ଦ୍ୱିତୀୟ ଇଂନିସରେ ପୁଣି ୧୮୪ ରନ୍ ର ଏକ ଆକର୍ଷଣୀୟ ଇଂନିସ ଖେଳିଲେ ଭିନୁ ମଙ୍କଡ । ପ୍ରଥମ ଭାରତୀୟ ଖେଳାଳି ଭାବେ ସମାନ ଟେଷ୍ଟରେ ୧୦୦ ରନ୍ ଏବଂ ୫ଟି ଉଇକେଟ ଅକ୍ତିଆର କରିବାର ଗୌରବ ହାସଲ କଲେ ସେ । ସେହି ସମାନ ବର୍ଷ ମାଡ୍ରାସରେ ଇଂଲଣ୍ଡ ବିପକ୍ଷରେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଗ୍ରହଣ କରିଥିଲେ ମଙ୍କଡ । ୧୯୫୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୩୧ ରନର ମାରାଥନ୍ ଇଂନିସ ତାଙ୍କୁ ବିଶ୍ୱ ବିଦିତ କରାଇଥିଲା ।

ମଙ୍କଡଙ୍କ ନାମରେ ମଙ୍କଡେଡ ଆଉଟ ନାମିତ କରାଯାଇଛି । ମଙ୍କଡେଡ ଆଉଟର ପୃଷ୍ଠଭୂମି ସମ୍ପର୍କରେ ଏଠାରେ କିଛି ତଥ୍ୟ ଅବତାରଣା କରୁଛୁ । ୧୯୪୭ ମସିହା ଡିସେମ୍ବର ୧୩ ତାରିଖରେ ଭାରତ ଓ ଅ ଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟରେ ବୋଲିଂ କରୁଥାନ୍ତି ଭିନୁ ମଙ୍କଡ । ବଲ୍ ହାତରୁ ଛାଡିବା ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବିଲ୍ ବ୍ରାଉନ୍ କ୍ରିଜ ଛାଡି ଦେଇଥାନ୍ତି । ଷ୍ଟମ୍ପ ଭାଙ୍ଗିଦେଲେ ମଙ୍କଡ । ଅମ୍ପାୟାର ଆଉଟ୍ ଘୋଷଣା କଲେ । ଏହି ମ୍ୟାଚର ଠିକ୍ ପୂର୍ବରୁ ଅ ଷ୍ଟ୍ରେଲିଆ ଏକାଦଶ ସହିତ ଏକ ଅଭ୍ୟାସ ମ୍ୟାଚରେ ବିନୁ ମଙ୍କଡ ଏଭଳି ସମାନ ଶୈଳୀରେ ବିଲ୍ ବ୍ରାଉନଙ୍କୁ ଆଉଟ କରିଥିଲେ । ପରେପରେ ଟେଷ୍ଟ ମ୍ୟାଚରେ ଏ ସମ୍ପର୍କରେ ବିଲ୍ ବ୍ରାଉନଙ୍କୁ ମଙ୍କଡ ସତର୍କ କରାଇଦେବା ସତ୍ତ୍ୱେ ସେ ଏହି ଭୁଲକୁ ଦୋହରାଇବାରୁ ଆଉଟ ହୋଇଥିଲେ । ସିଡନୀ ଟେଷ୍ଟରେ ପ୍ରଥମଥର ଏହି ନିୟମ ପ୍ରୟୋଗ କରାଯାଇଥିବାରୁ ତାହା ଭିନୁ ମଙ୍କଡଙ୍କ ନାମରେ ନାମିତ କରାଯାଇଛି ।

Previous ଦୁବାଇ ପାରା ବ୍ୟାଡିମିଣ୍ଟନରେ ଭାଗ ନେବେ 3 ଓଡ଼ିଆ
Next ଚଳିତ ଆଇପିଏଲ ସିଜିନର ସଫଳ ତାରକା

No Comment

Leave a reply

Your email address will not be published. Required fields are marked *