୨୦୧୭ ବର୍ଷର ଆଇସିସି କ୍ରିକେଟର ଅଫ୍ ଦି ଇଅର ଏବଂ ଆଇସିସି ୱାନ ଡେ ପ୍ଲେୟାର ଅଫ୍ ଦି ଇଅର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ୨୦୧୨ରେ ପ୍ରଥମ ଥର ପାଇଁ ୱାନ ଡେ ପ୍ଲେୟାର ଅଫ୍ ଦି ଇଅର ପୁରସ୍କାର ଜିତିଥିଲେ ବିରାଟ । ସାର୍ ଗ୍ୟାରଫିଲ୍ଡ ସୋବର୍ସ ପୁରସ୍କାର ମଧ୍ୟ ପାଇବେ ଏହି ବ୍ୟାଟିଂ ତାରକା । ବିଶ୍ୱ କ୍ରିକେଟରେ ଏହା ସବୁଠାରୁ ବଡ ପୁରସ୍କାର ଏବଂ ଲଗାତାର ଦୁଇ ଜଣ ଭାରତୀୟ ଏହି ପୁରସ୍କାର ପାଇବା ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି କହିଛନ୍ତି ବିରାଟ କୋହଲି ।
କୋହଲିଙ୍କ ପୂର୍ବରୁ ଭାରତୀୟ ଦଳର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗ୍ୟାରଫିଲ୍ଡ ସୋବର୍ସ ପୁରସ୍କାର ଜିତିଥିଲେ । ୨୦୧୭ରେ ୭୬.୮୪ ହାରରେ ୬ଟି ଶତକ ହାସଲ କରିଥିଲେ ବିରାଟ । ୨୦୧୬ ପୂର୍ବରୁ ଗୋଟିଏ ବି ଦ୍ୱିଶତକ ହାସଲ କରିନଥିବା କୋହଲି ଏଯାବତ୍ ୬ଟି ଦ୍ୱିଶତକ ହାସଲ କରିସାରିଲେଣି । ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଙ୍କୁ ଟେଷ୍ଟ କ୍ରିକେଟର ଅଫ୍ ଦି ଇଅର ଭାବେ ଘୋଷଣା କରାଯାଇଛି ।
No Comment