ବିଭିନ୍ନ ଅନ୍ତର୍ଜାତୀୟ ପ୍ରତି ଯୋଗିତାକୁ ସଫଳତାର ସହ ଆୟୋଜନ କଲା ପରେ ଇଣ୍ଟରନେସନାଲ୍ ଟେନିସ ଫେଡେରେସନ୍ ଟୁର୍ଣ୍ଣାମେଣ୍ଟ ପାଇଁ ମିଳିତ ହୋଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡିଶା ଟେନିସ୍ ଆସୋସିଏସନ୍ ଏବଂ ରାଜ୍ୟ ସରକାର । ପ୍ରଥମ ଥର ପାଇଁ ରାଜ୍ୟରେ ଅନ୍ତର୍ଜାତୀୟ ଟେନିସ୍ ପ୍ରତିଯୋଗିତା ଆୟୋଜିତ ହେବ । କଳିଙ୍ଗ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ଫେବୃୟାରୀ ୨୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୩ରେ ସରିବ । ବିଜୟୀ ଦଳକୁ ୧୫,୦୦୦ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ । ମେନ୍ସ ସିଙ୍ଗିଲ୍ସ ଏବଂ ମେନ୍ସ ଡବଲ୍ସ ଭଳି ଦୁଇଟି କ୍ୟାଟାଗୋରିରେ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ମେନ୍ସ ସିଙ୍ଗିଲ୍ସରେ ୩୨ ଜଣ ଖେଳାଳି ଭାଗ ନେଉଥିବାବେଳେ ଡବଲ୍ସରେ ଭାଗ ନେବେ ୧୬ଟି ଯୋଡି । କଳିଙ୍ଗ ଷ୍ଟାଡିୟମସ୍ଥ ଟେନିସ୍ କମ୍ପେ୍ଲକ୍ସର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଓଡିଶା ଟେନିସ୍ ଆସୋସିଏସନର ସମ୍ପାଦକ ଶ୍ରୀ ମଧୁସୂଦନ ପାଢୀ ।
କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟ
first international tennis tournament in kalinga stadium

No Comment