ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂ:ଇଂଲଣ୍ଡ ୨୧୯/୮

excellent display of Indian bowling attack

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟରେ ଜସପ୍ରୀତ ବୁମରା, ଇଶାନ୍ତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂର ସାମ୍ନା କରିନପାରି ୮ ଉଇକେଟ ହରାଇ ୨୧୯ ରନ ସଂଗ୍ରହ କରିଛି ଇଂଲଣ୍ଡ ଦଳ । ଏହି ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ ।ଘରୋଇ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବିଦାୟୀ ମ୍ୟାଚରେ ୮ଟି ଚୌକା ସହ 71 ରନର ଆକର୍ଷଣୀୟ ପାଳି ଖେଳିଥିଲେ କୁକ୍ । ଫାଷ୍ଟ ଡାଉନ୍ ବ୍ୟାଟିଂ କରିବାକୁ ଆସିଥିବା ଅଲ୍ଲୀ ମଧ୍ୟ ୫୦ ରନର ଉପଯୋଗୀ ପାଳି ଖେଳିଥିଲେ । କୁକ୍ ଓ ଅଲ୍ଲୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶ କରିପାରିନଥିଲେ । ଭାରତ ପକ୍ଷରୁ ବୁମରା ଓ ଈଶାନ୍ତ ଶର୍ମା ଉଭୟେ ୩ଟି ଲେଖାଏଁ ଉଇକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ଦୁଇଟି ଉଇକେଟ ନେଇଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ହେଲେ ଇଂଲଣ୍ଡ ଦଳକୁ ସଅଳ ଆଉଟ କରି ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିବାକୁ ପଡିବ ।

Previous ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ
Next ଅନ୍ତିମ ଟେଷ୍ଟ: ପରାଜୟ ଏଡାଇବାକୁ ଭାରତର ସଂଘର୍ଷ

No Comment

Leave a reply

Your email address will not be published. Required fields are marked *