ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ, ୱିଲିୟମ୍ସନଙ୍କ ଆକର୍ଷଣୀୟ କ୍ୟାଚ୍

England- Newzealand first test, Williamson takes a stunning catch

ଅକଲାଣ୍ଡର ଇଡେନ୍ ପାର୍କରେ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ମାତ୍ର ୫୮ ରନ୍ ରେ ଅଲଆଉଟ୍ ହୋଇଯାଇଛି ଇଂଲଣ୍ଡ ।

ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ । ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ୍ ସାଉଦିଙ୍କ ଚମତ୍କାର  ପ୍ରଦର୍ଶନ ବଳରେ ପ୍ରଥମ ଇଂନିସରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ବୋଲ୍ଟ ୬ଟି ଉଇକେଟ ଅକ୍ତିଆର କରିଥିବାବେଳେ ସାଉଦି ଅକ୍ତିଆର କରିଛନ୍ତି ୪ଟି ଉଇକେଟ । ଏକ ସମୟରେ ବହୁତ କମ୍ ରନ୍ ରେ ସମସ୍ତ ଉଇକେଟ ହରାଇବା ଭଳି ପ୍ରତୀୟମାନ ହେଉଥିବା ଇଂଲଣ୍ଡ ଦଳ କ୍ରେଗ୍ ଅଭରଟନ୍ ଙ୍କ ୩୩ ରନ୍ ବଳରେ ୫୮ ରନ୍ ସଂଗ୍ରହ କରିପାରିଥିଲା । ଜେମ୍ସ ଆଣ୍ଡରସନ୍ ଙ୍କ ସହ ସେ କରିଥିବା ୩୧ ରନ୍ ର ଭାଗିଦାରୀ ଇଂଲଣ୍ଟ ଦଳର ସବୁଠୁ ବଡ ଭାଗିଦାରୀ । ଇଂଲଣ୍ଟ ଦଳର ସ୍କୋର ୮ ଉଇକେଟରେ ୨୭ ରନ୍ ଥିବା ସମୟରେ କ୍ରିଜରେ ଥିଲେ ଷ୍ଟୁଆର୍ଟ ବ୍ରଡ ଏବଂ କ୍ରେଗ୍ ଅଭରଟନ୍ । ଇଂନିସର ୧୬ତମ ଓଭରରେ ସାଉଦିଙ୍କ ବଲ୍ ରେ ବ୍ରଡଙ୍କୁ ଏକ ଆକର୍ଷଣୀୟ କ୍ୟାଚ ଜରିଆରେ ପ୍ୟାଭିଲିୟନ୍ କୁ ଫେରାଇଦେଇଥିଲେ କେନ୍ ୱିଲିୟମ୍ସନ୍ ।

Previous ସମସ୍ତ ଟେଷ୍ଟ ଦେଶ ବିରୋଧରେ ୪୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରିଥିବା ଏକମାତ୍ର ଭାରତୀୟ ଖେଳାଳି
Next ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ ପରୀକ୍ଷାରେ ଓଡ଼ିଆ ଯୁବ ଓକିଲ ଟପ୍ପର

No Comment

Leave a reply

Your email address will not be published. Required fields are marked *