ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ରିଦ୍ଧିମାନ ଶାହାଙ୍କ ବଦଳରେ ଦୀନେଶ କାର୍ତ୍ତିକ ଖେଳିବେ । ଶାହା ଆହତ ଥିବା ଯୋଗୁଁ ଆଗାମୀ ଟେଷ୍ଟରେ ଖେଳିପାରିବେନି ।
ପାର୍ଥିବ ପଟେଲ ଏବଂ ରିଦ୍ଧିମାନ ଶାହାଙ୍କ ଠାରୁ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି ଦୀନେଶ । ଯାହା ସଦ ସମାପ୍ତ ଆଇପିଏଲରୁ ପ୍ରମାଣିତ ହୋଇଛି । ସମଗ୍ର ଆଇପିଏଲରେ ୪୯୮ ରନ ସଂଗ୍ରହ କରି କୋଲକାତା ନାଇଟ ରାଇଡର୍ସର ସର୍ବାଧିକ ରନ ସଂଗ୍ରହକାରୀ ହେବାର ଗୌରବ ହାସଲ କରିଥିଲେ । ଜଣେ ଉଇକେଟ କିପର କ୍ୟାପଟେନ ଭାବେ ମଧ୍ୟ ସେ ସଂଗ୍ରହ କରିଥିବା ରନ ଗୋଟିଏ ଆଇପିଏଲ ସିଜିନରେ ସର୍ବାଧିକ । ଉଇକେଟ ପଛରେ ୧୮ଟି ଡିସମିସାଲ କୁମାର ସାଙ୍ଗକାରଙ୍କ ପରେ ଗୋଟିଏ ଆଇପିଏଲ ସିଜିନରେ ଦ୍ୱିତୀୟ ସର୍ବାଧିକ ।
No Comment