ରଣଜୀ ଟ୍ରଫି:ଫାଇନାଲରେ ଦିଲ୍ଲୀ


ଦେଶର ସର୍ବ ପୁରାତନ ଘରୋଇ କ୍ରିକେଟ ପ୍ରତିଯୋଗିତା ରଣଜୀ ଟ୍ରଫିର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଇତି ମଧ୍ୟରେ ଶେଷ ହୋଇଯାଇଛି । ଦିଲ୍ଲୀ ବେଙ୍ଗଲକୁ ଇଂନିସ ଓ ୨୬ ରନ୍ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ କୁ ଉନ୍ନୀତ ହୋଇଛି । ଦିଲ୍ଲୀ ବିଜୟରେ ପ୍ରମୁଖ କର୍ଣ୍ଣଧାର ସାଜିଥିଲେ କୁଳୱନ୍ତ ଖେଜ୍ ରୋଲିଆ ଏବଂ ନବଦୀପ ସାଇନି ।

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଙ୍ଗଲ ଦଳ । ଦିଲ୍ଲୀ ବୋଲରଙ୍କ ଘାତକ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲା ବେଙ୍ଗଲର ବ୍ୟାଟିଂ ଦୁର୍ଗ । ୨୮୬ ରନରେ ଦଳ ସମସ୍ତ ଉଇକେଟ ହରାଇଥିଲା । ଦଳ ପକ୍ଷରୁ ସୁଦୀପ ଚାଟାର୍ଜୀ ଓ ଋତିକ୍ ଚାଟାର୍ଜୀ ଯଥାକ୍ରମେ ୮୩ ଓ ୪୭ ରନ୍ ସ୍କୋର କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଏହାର ଜବାବବରେ ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରି ୩୯୮ ରନ୍ ରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଗୌତମ ଗମ୍ଭୀର, କୁନାଲ ଚା ଣ୍ଡେଲା ଓ ହିମତ ସିଂହ ଯଥାକ୍ରମେ ୧୨୭, ୧୧୩ ଏବଂ ୬୦ ରନ୍ ସଂଗ୍ରହ କରିଥିଲେ । ବେଙ୍ଗଲ ଦଳ ପକ୍ଷରୁ ସର୍ବାଧିକ ୱିକେଟ ଅକ୍ତିଆର କରିଥିଲେ ଅନ୍ତର୍ଜାତୀୟ ଦ୍ରୁତ ବୋଲର ମହମ୍ମଦ ସାମି । ପ୍ରଥମ ଇଂନିସରେ ୧୧୨ ରନ୍ ରେ ପଛୁଆ ଥିବା ବେଙ୍ଗଲ ଦ୍ୱିତୀୟ ଇଂନିସ ବ୍ୟାଟିଂ ଆରମ୍ଭ କରି ମାତ୍ର ୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ସୁଦୀପ ସର୍ବାଧିକ ୨୧ ରନ୍ କରିଥିବାବେଳେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ ।

Previous ଟେଷ୍ଟ ବ୍ୟାଟିଂ ତାଲିକା: ଟପ୍ ୩ରେ ପୂଜାରା
Next ସାପ କାମୁଡ଼ିଲେ କ’ଣ କରିବେ ?

No Comment

Leave a reply

Your email address will not be published. Required fields are marked *