ସିଏସକେ କୋଚ ଭୂମିକାରେ ଫ୍ଲେମିଂ

CSK DECLARED STEPHEN FLEMING AS HEAD COACH

ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା ଏବଂ ସୁରେଶ ରୈନାଙ୍କୁ କିଣି ସାରିଥିବା ଚେନ୍ନାଇ ସୁପରକିଙ୍ଗସ୍ ମୁଖ୍ୟ କୋଚଙ୍କ ନାମ ମଧ୍ୟ ଘୋଷଣା କରିଛି । ମିଳିଥିବା ସୂଚନାନୁଯାୟୀ ଆଗାମୀ ଆଇପିଏଲରେ ଏହି ଦଳ ପକ୍ଷରୁ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂ । ପୁରୁଣା ସପୋର୍ଟ ଷ୍ଟାଫ୍ ସହ ମାଇକେଲ ହସି ବ୍ୟାଟିଂ କୋଚ୍ ଭାବେ ଦଳ ସହିତ ରହିବେ ବୋଲି ଘୋଷଣା କରିଛନ୍ତି ଚେନ୍ନାଇ ସୁପରକିଙ୍ଗସ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥ ।

ଆଇପିଏଲ୍ ରେ ପ୍ରଥମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସ୍ ତରଫରୁ ଖେଳିଥିଲେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂ । ଦଳର ମୁଖ୍ୟ କୋଚ୍ ଭୂମିକାରେ ଥିଲେ କେପଲର ୱେସେଲ୍ସ । ପରବର୍ତ୍ତୀ ସିଜିନ୍ ରେ ଆଇପିଏଲ୍ ରୁ ସନ୍ୟାସ ନେଇଥିଲେ ଫ୍ଲେମିଂ । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ଆଇପିଏଲର ଦ୍ୱିତୀୟ ସିଜିନ୍ ରେ ଚେନ୍ନାଇ ସୁପରକିଙ୍ଗସ୍ ର କୋଚ୍ ଭୂମିକା ତୁଲାଇଥିଲେ ସେ । ଫ୍ଲେମିଂ କୋଚ୍ ଭୂମିକାରେ ଥିବାବେଳେ ୨୦୧୦ ଏବଂ ୨୦୧୧ ମସିହାରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା ଦଳ । ତାଙ୍କ ନେତୃତ୍ୱରେ ୨୦୧୦ ଏବେ ୨୦୧୪ରେ ଚମ୍ପିଆନ୍ସ ଲିଗ୍ ଟି-୨୦ ମଧ୍ୟ ଜିତିଥିଲା ଚେନ୍ନାଇ ସୁପରକିଙ୍ଗସ୍ । ଚଳିତ ବର୍ଷ ପାଇଁ ବୋଲିଂ କୋଚ୍ ଭାବେ ଲକ୍ଷମୀପତି ବାଲାଜୀଙ୍କ ନାମ ଘୋଷଣା କରିଛି ଏହି ଫ୍ରାଞ୍ଚାଇଜ୍ । ପୂର୍ବରୁ ଧୋନି ଏବଂ ଫ୍ଲେମିଂଙ୍କ ଯୁଗଳବନ୍ଦୀ ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ସଫଳ ସାବ୍ୟସ୍ତ ହୋଇଥିବାରୁ ଚଳିତ ବର୍ଷ ମଧ୍ୟ ଟାଇଟଲ୍ ହାସଲ ନେଇ ଆଶା ବାନ୍ଧିଛି ଟିମ୍ ମ୍ୟାନେଜମେଣ୍ଟ ।

Previous ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ମିସ୍ ୱାର୍ଲ୍ଡ ମାନୁଷୀ!
Next ପଦୁଅଁ ଦଳରେ ଅନୁ ଓ ମିହିର

No Comment

Leave a reply

Your email address will not be published. Required fields are marked *