କୁକଙ୍କ ପଞ୍ଚମ ଦ୍ୱିଶତକ:ଦୃଢ ସ୍ଥିତିରେ ଇଂଲଣ୍ଡ


ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ୍ ସିରିଜର ଚତୁର୍ଥ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଛି । ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଦଳ । ୧୧୯ ଓଭରରେ ୩୨୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ଅଷ୍ଟ୍ରେଲିଆ । ଏହାର ଜବାବରେ ଇଂଲର୍ଣ୍ଡମାନ ସୁଦ୍ଧା ୯ ଉଇକେଟ ହରାଇ ୪୯୧ ରନ୍ ସଂଗ୍ରହ କରିଛି । ଅଭିଜ୍ଞ ଓପନର ଆଲିଷ୍ଟର କୁକ୍ ୨୪୪ ରନ୍ ସହ ଜୀବନର ୫ମ ଦ୍ୱିଶତକ ହାସଲ କରି ଇଂଲଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚିଛନ୍ତି । ଅଧିନାୟକ ଜୋ ରୁଟ ୬୧ ରନ୍ ର ଉପଯୋଗୀ ପାଳି ଖେଳିଥିଲା ବେଳେ ଷ୍ଟ୍ରାଇକ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ମଧ୍ୟ ୫୬ ରନ୍ ର ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି ।

ଅଷ୍ଟ୍ରେଲିଆ ତରଫରୁ ଓପନର ଡେଭିଡ୍ ୱାର୍ଣ୍ଣର ୧୦୩ ରନ୍ ଓ ଅଧିନାୟକ ସ୍ମିଥ୍ ୭୬ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୩୨୭ ରନ୍ ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ ଏବଂ ଜେମ୍ସ ଆଣ୍ଡରସନ୍ ପ୍ରଭାବୀ ବୋଲିଂ କରି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ହାତ ଖୋଲା ସଟ୍ ଖେଳିବାକୁ ଦେଇନଥିଲେ । ବ୍ରଡ ୪ଟି ଉଇକେଟ ଅକ୍ତିଆର କରିଥିବାବେଳେ ଆଣ୍ଡରସନ୍ ଅକ୍ତିଆର କରିଥିଲେ ୩ଟି ଉଇକେଟ । ପ୍ରଥମ ତିନିଟି ଟେଷ୍ଟରେ ପରାଜୟ ଲଭିଥିଲେ ମଧ୍ୟ ଶେଷ ଟେଷ୍ଟରେ ଦୃଢତା ଦେଖାଇଛନ୍ତି ଇଂଲଣ୍ଡ ବ୍ୟାଟିଂ ୟୁନିଟ । ବିଶେଷତଃ ଅଭିଜ୍ଞ ଖେଳାଳୀ କୁକଙ୍କ ବ୍ୟାଟିଂରେ ପୁରୁଣା ଝଲକ ଦେଖିବାକୁ ମିଳିଥିଲା । ଅଧିନାୟକ ଜୋ ରୁଟ ଏବଂ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ କୁକ୍ ଙ୍କୁ ଶେଷ ପର୍ଯ୍ୟନ୍ତ ଉପଯୁକ୍ତ ସହ।ୟତା ଦେଇଥିଲେ । କଙ୍ଗାରୁ ଦଳ ପକ୍ଷରୁ ଜୋଶ୍ ହାଜେଲଉଡ୍, ନାଥନ୍ ଲାୟନ୍ ଓ ପ୍ୟାଟ କମିନ୍ସ ପ୍ରତ୍ୟେକେ ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଇଂଲଣ୍ଡ ଏବେ ସୁଦ୍ଧା ୧୬୪ ରନ୍ ରେ ଅଗ୍ରଣୀ ହାସଲ କରିଛି । ଖେଳ ଶେଷ ହେବାକୁ ଆଉ ଦୁଇ ଦିନ ବାକି ଅଛି ।

Previous ଲୈଲା ଓ ଲୈଲାରେ ସୁନ୍ଦରୀ ସନମୀରା
Next ଗ୍ୟାଷ୍ଟ୍ରିକ ସମସ୍ୟାରୁ ସବୁଦିନ ପାଇଁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଏହି ଉପାୟ

No Comment

Leave a reply

Your email address will not be published. Required fields are marked *