କମନ ୱେଲଥ ଗେମ୍ସ: ଘୋଷିତ ଦଳରେ ୪ ଓଡ଼ିଆ

commonwealth games, four from Odisha

ଏପ୍ରିଲ ୪ରୁ ଅଷ୍ଟ୍ରେଲିଆସ୍ଥିତ ଗୋଲ୍ଡ କୋଷ୍ଟରେ ଅନୁଷ୍ଠିତ ହେବାକୁଥିବା କମନ ୱେଲଥ ଗେମ୍ସ ପାଇଁ ଘୋଷିତ ୧୮ ଜଣିଆ ଦଳରେ ଓଡିଶାରୁ ୪ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା ଏବଂ ନୀଳିମା ମିଞ୍ଜ ।

ମାଲେସିଆ, ୱେଲ୍ସ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସହିତ ପୁଲ ଏରେ ସ୍ଥାନ ପାଇଛି ଭାରତ । ଏପ୍ରିଲ ୫ରେ ନିଜର ଉଦ ଘାଟନୀ ମ୍ୟାଚ ୱେଲ୍ସ ବିପକ୍ଷରେ ଖେଳିବ ଭାରତୀୟ ଦଳ । ୧୮ ଜଣିଆ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ନିପୁଣ ଷ୍ଟ୍ରାଇକର ରାନି । ଅଭିଜ୍ଞ ଗୋଲକିପର ସବିତା ଉପ ଅଧିନାୟକ ଭୂମିକା ନିର୍ବାହ କରିବେ । ରିଜର୍ଭ ଗୋଲକିପର ଭାବେ ରଜନୀଙ୍କୁ ଦଳରେ ସାମିଲ କରାଯାଇଛି । ଦୀପିକା, ସୁନୀତା ଲାକ୍ରା, ଦୀପ ଗ୍ରେସ ଏକ୍କା, ଗୁରଜିତ କୌର ଏବଂ ସୁଶୀଳା ଚାନୁଙ୍କୁ ନେଇ ଭାରତୀୟ ଦଳର ରକ୍ଷଣ ଭାଗ ବେଶ୍ ସୁଦୃଢ ।

ବର୍ତ୍ତମାନ ଭାରତ ବିଶ୍ୱର ୧୦ ନମ୍ବର ହକି ଦଳ । ଦୁଇ ନମ୍ବର ଦଳ ଇଂଲଣ୍ଡ, ଚାରି ନମ୍ବର ଦଳ ନ୍ୟୁଜିଲ୍ୟାଣ୍ଡ ଏବଂ ୫ ନମ୍ବର ଦଳ ଅଷ୍ଟ୍ରେଲିଆ ବିପକ୍ଷରେ କଡା ଆହ୍ୱାନର ସମ୍ମୁଖୀନ ହେବ ଭାରତ । ଦକ୍ଷିଣ କୋରିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ୍ ଜିତି ଦଳର ମନୋବଳ ଉଚ୍ଚାରେ ରହିଛି ବୋଲି କହିଛନ୍ତି ଦଳର ମୁଖ୍ୟ କୋଚ୍ ହରେନ୍ଦ୍ର ସିଂହ । ଦୀର୍ଘ ଦିନ ଧରି ସେହି ସମାନ ଖେଳାଳୀ ଦଳରେ ଖେଳୁଛନ୍ତି । ଫଳରେ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି । ୨୦୧୭ ଏସିଆ କପ୍ ଜିତିବା ସହ ନିକଟରେ ଦକ୍ଷିଣ କୋରିଆ ବିପକ୍ଷରେ ସିରିଜ୍ ବିଜୟ କମନ ୱେଲଥ ଗେମ୍ସ ରେ ଦଳର ବିଜୟ ସମ୍ଭାବନାକୁ ବହୁଗୁଣିତ କରିଛି । ଅଭିଜ୍ଞ ଗୋଲକିପର ଦଳରେ ଯୋଗଦେବା ଯୋଗୁଁ ଦଳର ମନୋବଳ ବଢିଛି । ୨୦୦୨ କମନ୍ ୱେଲଥ ଗେମ୍ସରେ ଇଂଲଣ୍ଡକୁ ହରାଇ ସ୍ୱର୍ଣ୍ଣ ପଦକ ଜିଣିଥିବାବେଳେ ୨୦୦୬ କମନ ୱେଲଥ ଗେମ୍ସରେ ଅ ଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଥିଲା ଭାରତ । ଏହି ସଫଳତା ଦଳ ପୁଣି ଥରେ ଦୋହରାଇବ ବୋଲି ଦୃଢ ଆସ୍ଥା ପ୍ରକଟ କରିଛନ୍ତି ଅଧିନାୟକ ରାନି ।

Previous ଭାରତ ବାଂଲାଦେଶ ଲଢ଼େଇ: ପ୍ରତିଶୋଧ ଲକ୍ଷ୍ୟରେ ବାଂଲାଦେଶ
Next ବସ୍ତି ବାସିନ୍ଦାଙ୍କୁ ଜମି: ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ

No Comment

Leave a reply

Your email address will not be published. Required fields are marked *