ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ର ଲାସ୍ୟମୟୀ ଅଭିନେତ୍ରୀ ଅନୁଷ୍କା ଶର୍ମା । ପ୍ରଥମ ବିବାହ ଭୋଜି ଦିଲ୍ଲୀରେ ଡିସେମ୍ବର ୨୨ରେ ଦିଆଯାଇଥିବାବେଳେ ଦ୍ୱିତୀୟ ବିବାହ ଭୋଜି ଉତ୍ସବ ଅନୁଷ୍ଠିତ ହୋଇଥିଲା ମୁମ୍ବାଇରେ । ଏହି ଉତ୍ସବରେ ବଲିଉଡ୍ ଓ କ୍ରିକେଟ ଜଗତର ବହୁ ନାମୀଦାମୀ ହସ୍ତୀ ଉପସ୍ଥିତ ଥିଲେ ।
ବଚ୍ଚନ ପରିବାରର ପ୍ରାୟ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ବିରାଟ-ଅନୁଷ୍କାଙ୍କ ବିବାହ ଭୋଜିରେ । ବିଗ୍ ବି ଅମିତାଭ ବଚ୍ଚନ, ଝିଅ ଶ୍ୱେତା ନନ୍ଦ, ପୁଅ ଅଭିଷେକ ଏବଂ ବୋହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ମହାର୍ଘ ଅବସରରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଙ୍ଗ ଖାନ୍ ଶାହାରୁଖ୍, କଙ୍ଗନା ରାଣାୱତ, ପ୍ରିୟଙ୍କା ଚୋପ୍ରା, ଶ୍ରୀଦେବୀ, ବୋନି କପୁର, ଫିଲ୍ମ ନିର୍ମାତା ତଥା ଅଭିନେତା କରନ୍ ଜୋହର, ବଲିଉଡ୍ ର ବାର୍ବିର୍ ଡଲି କାଟ୍ରିନା କୈଫ୍, ବରୁନ୍ ଧାୱନ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ । କ୍ରିକେଟ ହସ୍ତୀଙ୍କ ମଧ୍ୟରେ ମୁମ୍ବାଇ ବିବାହ ଭୋଜିରେ ଯୋଗ ଦେଇଥିଲେ ଅନିଲ କୁମ୍ବଲେ, ମହେନ୍ଦ୍ର ସିଂହ ଧୋନି, ଯୁବରାଜ ସିଂହ, ହରଭଜନ ସିଂହ, ଭୁବନେଶ୍ୱର କୁମାର, ଉମେଶ ଯାଦବ, ସନ୍ଦୀପ ପାଟିଲ, କୁଲଦୀପ ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଜସ୍ ପ୍ରୀତ ବୁମରା, ଇଶାନ୍ତ ଶର୍ମା, ଚେତେଶ୍ୱର ପୂଜାରା ଜୟଦେବ ଉନାଦ୍ କତ୍, ମନୀଶ ପାଣ୍ଡେ, ଜାହିର ଖାଁ, ସଚିନ୍ ତେନ୍ଦୁଲକର ପ୍ରମୁଖ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଡିମିଣ୍ଟନ ତାରକା ସାଇନା ନେହୱାଲ, ଟେନିସ ତାରକା ମହେଶ ଭୂପତି ଓ ତାଙ୍କ ଧର୍ମପତ୍ନୀ ଲାରା ଦତ୍ତ ଏବଂ ଜାତୀୟ ରୋଇଂ ଖେଳାଳୀ ସିଦ୍ଧାର୍ଥ ସୁନୀଲ ।
No Comment