ସଚିନଙ୍କୁ ଡକରେ ଆଉଟ କରିଥିବା ଏକମାତ୍ର ଭାରତୀୟ ବୋଲର କିଏ? ଜାଣନ୍ତି କି?

bhubaneswar-kumar-is-the-only-indian-bowler-to-dismiss-tendulkar-for-a-duck

ବିଶ୍ୱର ଅପ୍ରତିଦ୍ୱନ୍ଦୀ ବ୍ୟାଟିଂ ମହାରଥୀ ସଚିନ୍ ତେନ୍ଦୁଲକର ଯେତେବେଳେ କ୍ରିଜରେ ଥାଆନ୍ତି ବୋଲରଙ୍କ ଆଖିରୁ ନିଦ ହଜିଯାଏ । ବିସ୍ଫୋରକ ବ୍ୟାଟିଂ ଜରିଆରେ ୯୦ ଦଶକର ଦ୍ରୁତ ବୋଲର ସୋଏବ ଅଖତର, ୱାସିମ୍ ଆକ୍ରାମ, ୱାକର ୟୁନୁସ, ମ୍ୟାକ ଗ୍ରାଥ, ଜାସନ୍ ଗିଲେସ୍ପି, ସନ୍ ପୋଲକଙ୍କ ଭଳି ପ୍ରତିଭାବାନ୍ ବୋଲରଙ୍କ ପ୍ରାଣରେ ଭୀତି ସଞ୍ଚାର କରିଥିଲେ ଲିଟିଲ୍ ମାଷ୍ଟର । ଏକଦିବସୀୟ ଓ ଟି-୨୦ରେ ସଚିନ୍ ଙ୍କ ବ୍ୟାଟିଂ ପ୍ରଦର୍ଶନ ଥିଲା ଅଭୁତପୂର୍ବ । ଟେଷ୍ଟ ଓ ଏକଦିବସୀୟ ମିଶି ସମୁଦାୟ ୧୦୦ଟି ଶତକ ହାସଲ କରି ବିରଳ ରେକର୍ଡ ସ୍ଥାପନ କରିଛନ୍ତି ସେ । ଇରଫାନ୍ ପଠାନ୍, ରୁଦ୍ର ପ୍ରତାପ ସିଂହ, ପ୍ରବୀଣ କୁମାର, ସୁନୀଲ ଜୋଷି, ଜଭଗଲ ଶ୍ରୀନାଥ, ଅନିଲ କୁମ୍ବଲେ, ହରଭଜନ ସିଂହ, ଭେଙ୍କଟେଶ ପ୍ରସାଦ, ଅଜିତ୍ ଅଗରକରଙ୍କ ଭଳି ପ୍ରତିଭାବାନ୍ ବୋଲରଙ୍କୁ ମଧ୍ୟ ନିର୍ଦ୍ଧୁମ ପ୍ରହାର କରିଥିଲେ ସଚିନ୍ ତେନ୍ଦୁଲକର । କିନ୍ତୁ ଆପଣ ଜାଣିଲେ ବିସ୍ମିତ ହେବେ ଏକ ପ୍ରଥମ ଶ୍ରେଣୀ ମ୍ୟାଚରେ ଏହି ବ୍ୟାଟିଂ ମହାରଥୀଙ୍କୁ ଶୂନ ରନ୍ ରେ ପ୍ୟାଭିଲିୟନ୍ ର ରାସ୍ତା ଦେଖାଇଥିଲେ ସଂପ୍ରତି ଭାରତୀୟ ଦଳର ସ୍ପିଡ ଷ୍ଟାର ଭୁବନେଶ୍ୱର କୁମାର । ଏଭଳି ବିରଳ ରେକର୍ଡ ସ୍ଥାପନ କରିବାରେ ଭୁବନେଶ୍ୱର ଏକମାତ୍ର ଭାରତୀୟ ।

ଇଂଲଣ୍ଡ ସିରିଜ୍ ରେ ପରବିନ୍ଦର ଆୱାନାଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ପରବର୍ତ୍ତୀ ସିରିଜ୍ ରେ ପାକିସ୍ତାନ ବିପକ୍ଷରେ ଖେଳିବାର ସୁଯୋଗ ପାଇଲେ ଭୁବନେଶ୍ୱର । ପଦାର୍ପଣ ମ୍ୟାଚରେ ୪ ଓଭରରେ ମାତ୍ର ୯ ରନ୍ ବ୍ୟୟ କରି ପାକିସ୍ତାନ ଦଳର ପ୍ରମୁଖ ତିନିଟି ଉଇକେଟ ଅକ୍ତିଆର କରିଥିଲେ ସେ । ପାକିସ୍ତାନର ମହମ୍ମଦ ହଫିଜ୍ ଙ୍କୁ ବୋଲ୍ଡ କରି ଦିନିକିଆରେ ଖାତା ଖୋଲିଥିଲେ ଭୁବନେଶ୍ୱର । ସେ ବିଶ୍ୱର ଏକମାତ୍ର ବୋଲର ଭାବେ ଟି-୨୦, ଏକଦିବସୀୟ ଓ ଟେଷ୍ଟରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରି ନିଜର ଡେବ୍ୟୁ ଉଇକେଟ ହାସଲ କରିଛନ୍ତି ।

Previous 19 ବର୍ଷରୁ କମ ବିଶ୍ୱକପ ହାତେଇଲା ଭାରତ:ଶୁବମାନ୍ ପ୍ଲେୟାର ଅଫ୍ ଦି ସିରିଜ୍
Next ଦ୍ରୁତ ବୋଲର ଡଗ୍ ବୋଲିଙ୍ଗରଙ୍କ ଅବସର

No Comment

Leave a reply

Your email address will not be published. Required fields are marked *