ଭୁବନେଶ୍ୱରଙ୍କ ପ୍ରଭାବୀ ବୋଲିଂ: ଦକ୍ଷିଣ ଆଫ୍ରିକା ୧୦୭/୩


କେପଟାଉନ୍ ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ମଧ୍ୟମଗତି ଦୃତ ବୋଲର ଭୁବନେଶ୍ୱର କୁମାର ଚମତ୍କାର ପ୍ରଦର୍ଶନ କରିଛନ୍ତି । ୯ ଓଭରରେ ୩୯ ରନ୍ ଦେଇ ୨ଟି ମେଡେନ୍ ସହ ସେ ଅକ୍ତିଆର କରିଛନ୍ତି ଦକ୍ଷିଣ ଆଫ୍ରିକାର ତିନିଟି ପ୍ରମୁଖ ଉଇକେଟ ।

ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏ ବି ସିରିଜ୍ ଜିତି ପାରିନାହିଁ । ୨୦୧୭ ବର୍ଷ ସମସ୍ତ ଫର୍ମାଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛି ଭାରତ । ତେଣୁ ସିରିଜ୍ ବିଜୟ ସହ ବର୍ଷ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଏଯାବତ୍ ୨୬ ଓଭରରେ ୩ଟି ମହତ୍ୱପୂର୍ଣ୍ଣ ଉଇକେଟ ହରାଇ ଦକ୍ଷିଣ ଆଫ୍ରିକା ସଂଗ୍ରହ କରିଛି ୧୦୭ ରନ୍ । ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ଭୁବନେଶ୍ୱର କୁମାର ଘାତକ ବୋଲିଂ କରି ଡି. ଏଲଗାର, ଏକେ ମାରକ୍ରାମ ଏବଂ ହାସିମ୍ ଆମଲାଙ୍କ ଉଇକେଟ ଅକ୍ତିଆର କରିଛନ୍ତି । ଏଲଗାର ଏବଂ ଆମଲା ଉଇକେଟ ପଛରେ ରିଦ୍ଧିମାନଙ୍କ ହାତରେ ଧରାପଡିଥିବାବେଳେ ମାରକ୍ରାମ ଲେଗ୍ ବିଫୋର ଉଇକେଟ ହୋଇଛନ୍ତି । ବର୍ତ୍ତମାନ କ୍ରିଜରେ ଅଛନ୍ତି ଏବି ଡିଭିଲିୟର୍ସ ଏବଂ ଫାଫ୍ ଡୁପ୍ଲେସିସ୍ । ଡିଭିଲିୟର୍ସ ୫୯ ରନ୍ କରି ଅପରାଜିତ ଥିବାବେଳେ ଡୁପ୍ଲେସିସ ୩୭ ରନ୍ କରି ଖେଳୁଛନ୍ତି।

Previous ଭାରତୀୟ ଖେଳାଳୀ ହଟହଟା: 2 ମିନିଟରେ ସ୍ନାନ କରିବାକୁ ନିର୍ଦ୍ଦେଶ
Next ଘର ପାଇଁ ମିନି ଗାର୍ଡେନ

No Comment

Leave a reply

Your email address will not be published. Required fields are marked *