ଡନଙ୍କ ରେକର୍ଡ଼ ଭାଙ୍ଗିଲେ ବାହିର

Afghanistan cricketer Baheer break Bradman's record

ବିଶ୍ୱର ବ୍ୟାଟିଂ କିମ୍ବଦନ୍ତୀ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ଭଙ୍ଗ କରିଛନ୍ତି ଆଫଗାନ୍ ର ୧୮ ବର୍ଷୀୟ କ୍ରିକେଟର ବାହିର ଶାହା । ପୂର୍ବରୁ ପ୍ରଥମ ଶ୍ରେଣୀରେ ସବୁଠୁ ଅଧିକ ବ୍ୟାଟିଂ ଆଭରେଜ୍(୯୫.୧୪)ଡନ୍ ଙ୍କ ନାମରେ ରହିଥିଲା । ୧୨୧.୭୭ଆଭରେଜ୍ ରେ ବ୍ୟାଟିଂ କରି ଏହି ମାଇଲସ୍ତମ୍ଭକୁ ଅତିକ୍ରମ କରିଛନ୍ତି ବାହିର ।

ଆଫଗାନିସ୍ତାନର ଘରୋଇ ଦଳ ସ୍ପିନ୍ ଘାର୍ ରିଜିଅନ୍ ପାଇଁ ଖେଳି ଡେବ୍ୟୁ ମ୍ୟାଚର ପ୍ରଥମ ଇଂନିସରେ ବାହିର ସ୍କୋର କରିଛନ୍ତି ୨୫୬ ରନ୍ । ଡେବ୍ୟୁ ପ୍ରଥମ ଶ୍ରେଣୀ ମ୍ୟାଚ୍ ରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ଭାରତର ଅମୋଲ ମଜୁମଦାର । ୧୯୯୩-୯୪ରେ ମୁମ୍ବାଇ ଓ ହରିୟାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ହରିୟାନା ବିପକ୍ଷରେ ଅମୋଲ ମଜୁମଦାର ସଂଗ୍ରହ କରିଥିଲେ ୨୬୦ ରନ୍ । ଗତ ୭ଟି ମ୍ୟାଚ୍ ର ୧୨ଟି ଇଂନିସରୁ ବାହିର ସଂଗ୍ରହ କରିଛନ୍ତି ୧୦୯୬ ରନ୍ । ସେଥିରେ ରହିଛି ୫ଟି ଶତକ ଓ ୨ଟି ଅର୍ଦ୍ଧ ଶତକ । ପାକିସ୍ତାନର ଜାଭେଦ ମିଆଁଦାଦଙ୍କ ପରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ ତ୍ରିଶତକ ହାସଲ କରିଛନ୍ତି ବାହିର ଶାହା । ଏକ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ବାହିର ଶାହାଙ୍କ ଆଭରେଜ୍ ୧୨୧.୭୭ ସର୍ବାଧିକ ଥିବାବେଳେ ତାଙ୍କ ପଛକୁ ସାର୍ ଡନ୍ ବ୍ରାଡମ୍ୟାନଙ୍କ ଆଭ୍ରେଜ ୯୫.୧୪ ରହିଛି । ପୂର୍ବତନ ଭାରତୀୟ ଖେଳାଳି ବିଜୟ ମର୍ଚ୍ଚାଣ୍ଟଙ୍କ ଆଭରେଜ୍ ୭୧.୬୪ ଥିବାବେଳେ ସର୍ବାଧିକ ଆଭ୍ ରେଜ୍ ତାଲିକାରେ ୬୯.୮୬ ଆଭରେଜ୍ ସହ ଚତୁର୍ଥ ସ୍ଥାନରେ ଅଛନ୍ତି କାରବିୟାନ୍ ଖେଳାଳି ଜର୍ଜ ହେଡ୍ଲି ।

Previous ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ମଙ୍ଗ ଧରିବେ ମିତାଲି
Next ଜାଣନ୍ତୁ Ola Cabsର ଅତୀତ ଓ ବର୍ତ୍ତମାନ

No Comment

Leave a reply

Your email address will not be published. Required fields are marked *