ଇରାନୀ କପ୍:ଆହତ ଜାଡେଜାଙ୍କ ସ୍ଥାନ ନେବେ ଅଶ୍ୱିନ

Ashwin replaced Jadeja in Erani cup

ମାର୍ଚ୍ଚ ୧୪ରୁ ଅନୁଷ୍ଠିତ ହେବାକୁ ଥିବା ଇରାନୀ କପ୍ ପାଇଁ ଆହତ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମ ଘୋଷଣା କରାଯାଇଛି । ଚଳିତ ସିଜିନ୍ ର ରଣଜୀ ଚମ୍ପିଆନ ବିଦର୍ଭ ବିପକ୍ଷରେ ଅବଶିଷ୍ଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଭାରତୀୟ ଦଳର ପ୍ରମୁଖ ସ୍ପିନ ବୋଲର ଅଶ୍ୱିନ । ଆହତ ନିକଟରେ ଶେଷ ହୋଇଥିବା ଦେଓଧର ଟ୍ରଫିରୁ ବାଦ ପଡଥିଲେ ଏହି ପ୍ରତିଭାବାନ୍ ବୋଲର । ଫିଜିଓଙ୍କ ପରାମର୍ଶ ଅନୁଯାୟୀ ଗୋଟିଏ ସପ୍ତାହ ବିଶ୍ରାମ ନେବା ପରେ ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି ସେ । ଭାରତୀୟ ଟେଷ୍ଟ ଦଳର ଦୁଇ ପ୍ରମୁଖ ଅସ୍ତ୍ର ହେଲେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା । କୁଲଦୀପ ଯାଦବ ଏବଂ ଯୁଜୁବେନ୍ଦ୍ର ଚହଲଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଯୋଗୁଁ ସୀମିତ ଓଭର ମ୍ୟାଚରେ ସ୍ଥାନ ପାଇପାରୁନାହାଁନ୍ତି ଏହି ଦୁଇ ଖେଳାଳି । ଭାରତୀୟ ଏକଦିବସୀୟ ଦଳରୁ ଶେଷ ଥର ପାଇଁ ଜୁନ୍ ୨୦୧୭ରେ କାରବିୟାନ୍ ଦଳ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ ଅଶ୍ୱିନ ।

Previous ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ
Next ଇସ୍ତଫା ଗ୍ରହଣ କଲେନି ରାହୁଲ: ସଭାପତି ପଦ ବଜାୟ ରଖିବେ ପ୍ରସାଦ

No Comment

Leave a reply

Your email address will not be published. Required fields are marked *