ଚତୁର୍ଥ ଦିନିକିଆ ଖେଳିବେନି ଫିଞ୍ଚ

Aron Finch will not play in 4th one day due to hamstring injury

ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଇଂଲଣ୍ଡର ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି । କଙ୍ଗାରୁ ଦଳ ପକ୍ଷରୁ ପ୍ରଥମ ତିନିଟି ଦିନିକିଆରେ ଉଚ୍ଚକୋଟୀର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଆରୋନ୍ ଫିଞ୍ଚ । ମିଳିଥିବା ସୂଚନାନୁଯାୟୀ ଗୋଡ ମାଂଶପେଶୀ ଟାଣି ଧରିଥିବାରୁ ସେ ଚତୁର୍ଥ ଦିନିକିଆ ଖେଳିବେ ନାହିଁ ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୧୦୭ ରନର ଦମଦାର ଇଂନିସ ଖେଳିଥିଲେ ଆରୋନ୍ ଫିଞ୍ଚ । ପରବର୍ତ୍ତୀ ଦିନିକିଆରେ ମଧ୍ୟ ତାଙ୍କର ଅଭୂତପୂର୍ବ ବ୍ୟାଟିଂ ପ୍ରଦର୍ଶନ ଜାରି ରହିଥିଲା । ୧୦୬ ରନର ଗୁରୁତ୍ୱପୂର୍ଣ୍ଣ ଇଂନିସ ଖେଳିଥିଲେ ସେ । ତୃତୀୟ ଦିନିକିଆରେ ୬୨ ରନ୍ ର ଅର୍ଦ୍ଧ ଶତକୀୟ ଇଂନିସ ଖେଳି ସମର୍ଥକ ଓ ସମୀକ୍ଷକଙ୍କୁ ଅଭିଭୂତ କରିଥିଲେ ଫିଞ୍ଚ । କିନ୍ତୁ ଦୁର୍ଭାଗ୍ୟବଶତଃ ଚତୁର୍ଥ ଦିନିକିଆରେ ଖେଳିପାରିବେନି ସେ । ଯାହା କଙ୍ଗାରୁ ଦଳ ପାଇଁ ବଡ ଝଟକା । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲେ ପଞ୍ଚମ ଦିନିକିଆ ପାଇଁ ଫିଞ୍ଚଙ୍କ ନାମ ବିଚାରକୁ ନେବେ ଚୟନକର୍ତ୍ତା ।

Previous ଅଭୁଲା ସ୍ମୃତିରେ ବନ୍ଧା ଟିଭି ସିରିଏଲ
Next ମଙ୍ଗୁଆଳ ଡୁପ୍ଲେସିସ

No Comment

Leave a reply

Your email address will not be published. Required fields are marked *