ଆଜିର ଦିନଟି ପାକିସ୍ତାନ କ୍ରିକେଟେପ୍ରମୀଙ୍କ ପାଇଁ ସ୍ମରଣୀୟ, ଜାଣନ୍ତୁ କାହିଁକି?

Anwar, Pakistan bating legend

ଆଜିର ଦିନଟି ପାକିସ୍ତାନ କ୍ରିକେଟେପ୍ରମୀଙ୍କ ପାଇଁ ସ୍ମରଣୀୟ ଦିନ । ୧୯୯୭ ମସିହା ମେ ୨୧ ତାରିଖ । ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ସଇଦ ଅନୱର ଭାରତ ବିପକ୍ଷରେ ସଂଗ୍ରହ କରିଥିବା ୧୯୪ ରନ ଆଜିବି ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନିତିକ୍ରମ୍ୟ ।

ପାକିସ୍ତାନ କ୍ରକେଟ ଇତିହାସରେ ଅନୱର ଜଣେ ଅପ୍ରତିଦ୍ୱନ୍ଦୀ ଯୋଦ୍ଧା । ଉଭୟ ଟେଷ୍ଟ ଏବଂ ଏକଦିବସୀୟରେ ଦଳ ପାଇଁ ଟ୍ରମ୍ପକାର୍ଡ ସାଜିଛନ୍ତି ସେ । ପାକିସ୍ତାନ ପକ୍ଷରୁ ୫୫ଟି ଟେଷ୍ଟ ଖେଳି ୪୫.୫୨ ହାରରେ ଅନୱର ସଂଗ୍ରହ କରିଛନ୍ତି ୪୦୫୨ ରନ । କାରବିୟାନ ଦଳ ପକ୍ଷରୁ ୧୯୯୦ରେ ଟେଷ୍ଟ ଡେବ୍ୟୁ କରିଥିଲେ ଏହି ପ୍ରତିଭାବାନ ବ୍ୟାଟ୍ସମ୍ୟାନ । ପ୍ରଥମ ଓ ଦ୍ୱିତୀୟ ଇଂନିସରେ କାରବିୟାନ ଦଳର ଦ୍ରୁତ ବୋଲର କଟର୍ଲି ଆମ୍ବ୍ରୋସ ଏବଂ ଇଆନ ବିଶୋପଙ୍କର ଶିକାର ହୋଇଥିଲେ ଅନୱର । ୧୯୯୪ରେ ନିୟୁଜିଲ୍ୟାଣ୍ଡ ବିପକ୍ଷରେ ୧୬୯ ରନ ସଂଗ୍ରହ କରି ପାକିସ୍ତାନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ । ୧୯୯୮-୯୯ରେ ଅ ଷ୍ଟ୍ରେଲିଆ ବିରୋଧରେ ଦୁଇଟି ଟେଷ୍ଟ ଖେଳିବାର ସୁ ଯୋଗ ପାଇଥିଲେ ଅନୱର । ଦୁଇଟିଯାକ ଟେଷ୍ଟରେ ୯୬.୬୬ ହାରରେ ସଂଗ୍ରହ କରିଥିଲେ ୨୯୦ ରନ ।

ଅନୱର ପାକିସ୍ତାନ ପକ୍ଷରୁ ୨୪୭ଟି ଏକଦିବସୀୟ ଖେଳି ୩୯.୨୧ ହାରରେ ସଂଗ୍ରହ କରିଛନ୍ତି ୮୮୨୪ ରନ । ରନ ସଂଗ୍ରହ କରିବାରେ ଏକଦିବସୀୟ ମ୍ୟାଚରେ ଇଞ୍ଜି ଓ ମହମ୍ମଦଙ୍କ ତଳକୁ ରହିଛନ୍ତି ସେ । ଏକଦିବସୀୟରେ ୨୦ଟି ଶତକ ଅର୍ଜନ କରିଛନ୍ତି ଅନୱର । ଯାହା ଆଜି ବି ଅଲଂଘ୍ୟ ହୋଇରହିଛି । ଇମ୍ରାନ ଖାନଙ୍କ ଅଧିନାୟକତ୍ୱରେ ୧୯୮୯ ମସିହାରେ ଏକଦିବସୀୟ ପଦାର୍ପଣ କରିଥିଲେ ପ୍ରତିଭାବାନ ଅନୱର । କାରବିୟାନ ଦଳ ବିପକ୍ଷରେ ଖେଳିଥିବା ଏହି ମ୍ୟାଚରେ ମାତ୍ର ୩ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ ସେ । ୧୯୯୭ ମେ ୨୧ ତାରିଖରେ ଭାରତ ବିପକ୍ଷରେ ସେ ସଂଗ୍ରହ କରିଥିବା ୧୯୪ ରନର ରେକର୍ଡ ବହୁ ଦିନ ପର୍ଯ୍ୟନ୍ତ ଅତୁଟ ଥିଲା । ୨୦୧୦ରେ ସଚିନ ତେନ୍ଦୁଲକର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୨୦୦ ରନର ମାରାଥନ ଇଂନିସ ଖେଳି ଅନୱରଙ୍କ ରେକର୍ଡ ଭଙ୍ଗ କରିଥିଲେ ।

Previous ମାଓ ଦମନରେ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ଅଗ୍ରଣୀ: ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା
Next ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

No Comment

Leave a reply

Your email address will not be published. Required fields are marked *