ସୟଦ୍ ମୁସ୍ତାକ୍ ଅଲୀ ଟ୍ୱେଣ୍ଟି-୨୦ ଟ୍ରଫିରେ ଓଡ଼ିଶାର ମଙ୍ଗ ଧରିବେ ଅନୁରାଗ


ଜାନୁୟାରୀ ୮ରୁ ୧୬ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଖେଳାଯିବ ପୂର୍ବାଞ୍ଚଳ ସୟଦ୍ ମୁସ୍ତାକ୍ ଅଲୀ ଟ୍ୱେଣ୍ଟି-୨୦ ଟ୍ରଫି । ଏହି ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ୍ ୧୫ ଜଣିଆ ଦଳ ଘୋଷଣା କରିଛି । ଦଳର ନେତୃତ୍ୱ ନେବେ ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ଅନୁରାଗ ଷଡଙ୍ଗୀ ଏବଂ ତାଙ୍କର ଡେପୁଟି ପଦ ପାଇଁ କେନ୍ଦୁଝରର ଯୁବ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କୁ ଚୟନ କରାଯାଇଛି । ଓଡିଶା ତାର ୪ଟି ଲିଗ୍ ମ୍ୟାଚ୍ ବଙ୍ଗଳା, ଝାଡଖଣ୍ଡ, ଆସାମ ଓ ତ୍ରିପୁରା ବିରୋଧରେ ଖେଳିବ ।

ଟାଙ୍ଗୀସ୍ଥିତ ଡ୍ରିମସ୍ ଗ୍ରାଉଣ୍ଡରେ ୩୪ ଜଣିଆ ସମ୍ଭାବ୍ୟ ଖେଳାଳୀଙ୍କୁ ନେଇ ଟ୍ରାଏଲସ୍ ମ୍ୟାଚ୍ ଚାଲିଥିଲା । ଏହି ମ୍ୟାଚର ପ୍ରଦର୍ଶନକୁ ଭିତ୍ତି କରି ଚୂଡାନ୍ତ ତାଲିକା ଘୋଷଣା କରିଛି ଓସିଏ । ପ୍ରଥମ ଦୁଇଟି ମ୍ୟାଚ୍ ଖେଳିପାରିବେନି ରଣଜୀ ଦଳର ଅଧିନାୟକ ଗୋବିନ୍ଦ ପୋଦ୍ଦାର, ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ଏବଂ ବ୍ୟାଟ୍ସମ୍ୟାନ ଅରବିନ୍ଦ ସିଂହ । ଆହତ ଦୀପକ ବେହେରାଙ୍କ ସ୍ଥାନରେ ଅଲରାଉଣ୍ଡର ଆଲୋକ ସାହୁଙ୍କୁ ଦଳରେ ସ୍ଥାନ ମିଳିଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ପୂର୍ବତନ ରଣଜୀ ଅଲରାଉଣ୍ଡର ଲଗ୍ନଜିତ ସାମଲ । ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ୍ ଏବଂ ମହାରାଷ୍ଟ୍ର ପାଇଁ ରଣଜୀ ଖେଳିଥିବା ଅଭି ଷେକ ରାଉତଙ୍କୁ ପ୍ରଥମ ଥର ପାଇଁ ଦଳରେ ସ୍ଥାନ ମିଳିଛି । ଦଳର ବ୍ୟାଟିଂ ଭାର ସମ୍ଭାଳିବେ ବରିଷ୍ଠ ବ୍ୟାଟ୍ସମ୍ୟାନ ପରେଶ ପଟେଲ, ଦେବେନ୍ଦ୍ର ସିଂହ କୁଅଁର, ପ୍ରୟାସ ସିଂହ ଠାକୁର ଓ ଦେବାଶିଷ ସାମନ୍ତରାୟ । ଦ୍ରୁତ ବୋଲର ଆଶୁତୋଷ ଦାସ ଓ ଦେବବ୍ରତ ପ୍ରଧାନଙ୍କ ଉପରେ ଚୟନକର୍ତ୍ତା ଆସ୍ଥା ପ୍ରକଟ କରିଛନ୍ତି ।

Previous ପୁରୀ ସମୁଦ୍ରରେ ବୁଡ ପକାଇଲେ ମହାରାଜ କଂସ
Next ରେକର୍ଡ ବ୍ରେକର ମନରୋ

No Comment

Leave a reply

Your email address will not be published. Required fields are marked *