ଏସିଆ କପରେ ଚମକିଲେ ଓଡିଆ ପୁଅ ଅଂଶୁମାନ

Odisha born cricketer Anshuman shines in Asia cup

ଭାରତ ତାର ପ୍ରଥମ ମ୍ୟାଚରେ ହଂକଂ ନିକଟରୁ ବିଜୟ ହାସଲ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଦୁର୍ବଳତା ପଦାରେ ପଡିଯାଇଛି । ହଂକଂର ଅଧିନାୟକ ଓଡିଆ ପୁଅ ଅଂଶୁମାନ ରଥ ଓ ନିଜାକତ ଖାନ ଦମଦାର ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ପ୍ରଭଞ୍ଜନ ମଲ୍ଲିକ, ପ୍ରଜ୍ଞାନ ଓଝାଙ୍କ ପରେ ପଞ୍ଚମ ଓଡିଆ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି ଅଂଶୁମାନ । ପ୍ରଥମ ଉଇକେଟରେ ସାଥୀ ଖେଳାଳୀ ନିଜାକତଙ୍କ ସହ ୧୭୪ ରନର ଭାଗିଦାରୀ କରି ଭାରତୀୟ ବୋଲିଂ ଶିବିରରେ ଆତଙ୍କ ଖେଳାଇଦେଇଥିଲେ ଏହି ଓଡିଆ କ୍ରିକେଟର । ଭାରତୀୟ ସ୍ପିନ ବୋଲରଙ୍କ ଚମକ୍ରାର ପ୍ରତ୍ୟାବର୍ତ୍ତନ ଯୋଗୁଁ ଭାରତ ପାଇଁ ମ୍ୟାଚ ବଞ୍ଚାଇବା ସମ୍ଭବ ହୋଇଥିଲା ।
ଟସ ଜିତି ପ୍ରଥମେ କ୍ଷେତ୍ରର ରକ୍ଷଣ କରିବାର ନିଷ୍ପତ୍ତି ନେଇଥିଲା ହଂକଂ ଦଳ । ଅଧିନାୟକ ରୋହିତ ଶରର୍ମା ମାତ୍ର ୨୩ ରନ କରିଥିବାବେଳେ ଏହସାନ୍ ଖାନଙ୍କ ଶିକାର ହୋଇଥିଲେ । ଅମ୍ବାତି ରାୟୁଡୁ ଓ ଶିଖର ଧାୱନ ଦ୍ୱିତୀୟ ଉଇକେଟ ପାଇଁ ୧୧୬ ରନ ସଂଗ୍ରହ କରି ବଡ ସ୍କୋର ପାଇଁ ମୂଳଦୂଆ ପକାଇଥିଲେ । ରାୟୁଡୁ ୭୦ ବଲରେ ୩ ଚୌକା ଓ ୨ ଛକା ସହ ୬୦ ରନ ସଂଗ୍ରହ କରିଥିବାବେଳେ ଶିଖର ୧୨୦ ବଲରୁ ୧୫ ଚୌକା ଓ ୨ ଛକା ସହାୟତାରେ ନିଜର ୧୪ତମ ଦିନିକିଆ ଶତକ ହାସଲ କରିଥିଲେ । ଶେଷ ୧୦ ଓଭରରେ ମାତ୍ର ୪୮ ରନ ଯୋଡିବାରୁ ୩୦୦ ରନ ଅତିକ୍ରମ କରିପାରିନଥିଲା ଭାରତ ।
୨୮୬ ରନ ପିଛା କରିଥିବା ହଂକଂ ଦଳ ଓଡିଆ କ୍ରିକେଟର ଅଂଶୁମାନଙ୍କ ୭୩ ଓ ନିଜାକତ୍ ଖାନଙ୍କ ୯୨ ରନ ସହାୟତାରେ ପ୍ରଥମ ଉଇକେଟରେ ୧୭୪ ରନ ଯୋଡି ବିଜୟ ଆଶା ସଂଚାର କରିଥିଲା । ଅଂଶୁମାନଙ୍କୁ ଆଉଟ କରି ହଂକଂକୁ ପ୍ରଥମ ଝଟକା ଦେଇଥିଲେ କୁଳଦୀପ ଯାଦବ । ପଦାରର୍ପଣ ମ୍ୟାଚରେ ଖଲିଲ ଅହମ୍ମଦ ଓ ଯୁଜୁବେନ୍ଦ୍ର ଚହଲଙ୍କ ଚମକ୍ରାର ପ୍ରଦର୍ଶନ ବଳରେ ଭାରତ ମ୍ୟାଚକୁ ପ୍ରତ୍ୟାବତ୍ତ୪ର୍ନ କରିଥିଲା । ଏକ ସମୟରେ ସହଜ ବିଜୟ ହାସଲ କଲା ଭଳି ମନେ ହେଉଥିବାବେଳେ ୨୫୯ ରନ କରି ଅଲଆଉଟ ହୋଇଯାଇଥିଲା ହଂକଂ ଦଳ ।

Previous ରୋଗ ଆପଣଙ୍କ ପାଖ ମାଡିବନି, ସବୁଦିନେ ଖାଆନ୍ତୁ କବାବ ଚିନି
Next ଭାରତର ଵିଜୟ ଅଭିଯାନ ଜାରି:9 ଉଇକେଟରେ ହାରିଲା ପାକିସ୍ତାନ

No Comment

Leave a reply

Your email address will not be published. Required fields are marked *