ନିକଟରେ ଟେଷ୍ଟ ମାନ୍ୟତା ପାଇଥିବା ଆଫଗାନିସ୍ତାନ ଦଳ ତାର ପଦାର୍ପଣ ମ୍ୟାଚ୍ ଭାରତ ବିରୋଧରେ ଖେଳିବ । ବିସିସିଆଇ ମୁଖ୍ୟ ରାହୁଲ ଜୋହରି ଏ ସମ୍ପର୍କରେ ଘୋଷଣା କରିଛନ୍ତି ।
ଗତ ଜୁନ୍ ମାସରେ ଆଫଗାନିସ୍ତାନ ସହ ଆୟରଲାଣ୍ଡକୁ ଟେଷ୍ଟ ଦଳ ମାନ୍ୟତା ପ୍ରଦାନ କରିଥିଲା ଆଇସିସି । ୟୁଏଇରେ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାର ପ୍ରସ୍ତାବ ରହିଥିଲା । ତେବେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ପୂର୍ବ ପ୍ରସ୍ତୁତିକୁ ଲକ୍ଷ୍ୟ ରଖି ଟେଷ୍ଟ ସିରିଜ ଖେଳିବାକୁ ମନାକରିଦେଇଥିଲା ଜିମ୍ବାୱେ ଦଳ । ଭାରତ ବିରୋଧରେ ଟେଷ୍ଟ ସିରିଜ୍ ଖେଳିବାକୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଇଚ୍ଛା ପ୍ରକାଶ କରିଥିଲା । ଦୁବାଇରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏବଂ ବିସିସିଆଇ ଅଧିକାରୀଙ୍କ ମଧ୍ୟରେ ବୈଠକ ବସି ଟେଷ୍ଟ ସିରିଜର ସ୍ଥାନ ଓ ତାରିଖ ନିର୍ଦ୍ଧାରଣ କରାଯିବ ।
No Comment