ଦିନିକିଆ କ୍ରିକେଟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରିଥିବା ଖେଳାଳି


Cricket ball and bails on oval

କ୍ରିକେଟର ଯେକୌଣସି ଫର୍ମାଟରେ ୧୦ ହଜାରରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରିବାକୁ ଏକ ମହତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଏ । ୧୯୮୯ରେ ଭାରତ ଦଳରେ ସୁ ଯୋଗ ମିଳିଥିଲା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ । ନିଜ ଦିନିକିଆ କ୍ୟାରିୟରରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହ ୪୬୩ ମ୍ୟାଚରୁ ୧୮,୪୨୬ ରନ୍ ସଂଗ୍ରହ କରିଛନ୍ତି ଭାରତ ରତ୍ନ ତେନ୍ଦୁଲକର । କୁମାର ସାଙ୍ଗାକାରା ୪୦୪ ମ୍ୟାଚ୍ ରୁ ୨୫ ଶତକ ଓ ୯୩ ଅର୍ଦ୍ଧଶତକ ସହ ୧୪,୨୩୪ ରନ୍ ସଂଗ୍ରହ କରିଛନ୍ତି । ଅ ଷ୍ଟ୍ରେଲିଆର ତତ୍କାଳୀନ ଅଧିନାୟକ ରିକି ପଣ୍ଟିଂ ୩୭୫ ମ୍ୟାଚ୍ ରୁ ୮୨ ଅର୍ଦ୍ଧଶତକ ଓ ୩୦ ଶତକ ସହ ୧୩,୭୦୪ ରନ୍ ସଂଗ୍ରହ କରିଛନ୍ତି । ସନଥ୍ ଜୟସୁରିଆ ୪୪୫ ମ୍ୟାଚ୍ ରୁ ୬୮ ଅର୍ଦ୍ଧଶତକ ଓ ୨୮ ଶତକ ସହାୟତାରେ ୧୩,୪୩୦ ରନ୍ ସଂଗ୍ରହ କରିଛନ୍ତି । ଜୟବର୍ଦ୍ଧନେ ୪୪୮ ମ୍ୟାଚ୍ ରୁ ୧୯ ଶତକ ଓ ୭୭ ଅର୍ଦ୍ଧଶତକ ସହାୟତାରେ ୧୨,୬୫୦ ରନ୍ ସ୍କୋର କରିଛନ୍ତି । ପାକିସ୍ତାନ କ୍ରିକେଟ ଦଳର ଭୂତପୂର୍ବ ଅଧିନାୟକ ଇଞ୍ଜାମାମ୍ ଉଲହକ୍ ୩୭୮ ମ୍ୟାଚ୍ ରୁ ୧୦ ଶତକ ଓ ୮୩ ଅର୍ଦ୍ଧଶତକ ସହାୟତାରେ ୧୧,୭୩୯ ରନ୍ ସଂଗ୍ରହ କରିଛନ୍ତି । ଜାକ୍ସ କ୍ୟାଲିସ୍ ୩୨୮ ମ୍ୟାଚ୍ ରୁ  ୮୬ ଅର୍ଦ୍ଧ ଶତକ ଓ ୧୭ ଶତକ ସହାୟତାରେ ୧୧,୫୭୯ ରନ୍ ସଂଗ୍ରହ କରି ଅବସର ଘୋଷଣା କରିଥିଲେ । ସୌରଭ ଗାଙ୍ଗୁଲି ୩୧୧ ମ୍ୟାଚ୍ ରୁ ୨୨ ଶତକ ଓ ୭୨ ଅର୍ଦ୍ଧଶତକ ସହାୟତାରେ ୧୧,୩୬୩ ରନ୍ ସଂଗ୍ରହ କରି କ୍ରିକେଟକୁ ଅଲବିଦା କରିଛନ୍ତି । ରାହୁଲ ଦ୍ରାବିଡ ୩୪୪ ମ୍ୟାଚ୍ ରୁ ୧୨ ଶତକ ଓ ୮୩ ଅର୍ଦ୍ଧ ଶତକ ସହାୟତାରେ ୧୦,୮୮୯ ରନ୍ ସଂଗ୍ରହ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ର ବ୍ୟାଟିଂ କିମ୍ବଦନ୍ତୀ ବ୍ରାଏନ୍ ଲାରା ୨୯୯ ମ୍ୟାଚ୍ ରୁ ୬୩ ଅର୍ଦ୍ଧଶତକ ଓ ୧୯ ଶତକ ସହାୟତାରେ ୧୦,୪୦୫ ରନ୍ ସଂଗ୍ରହ କରି ଅବସର ଘୋଷଣା କରିଛନ୍ତି । ସର୍ଜନାତ୍ମକ ବ୍ୟାଟିଂ କଳାରେ ମାହିର୍ ସିଂହଳୀ ବ୍ୟାଟିଂ ତାରକା ତିଲକରତ୍ନେ ଦିଲସାନ୍ ୩୩୦ ମ୍ୟାଚ୍ ରୁ ୨୨ ଶତକ ଓ ୪୭ ଅର୍ଦ୍ଧଶତକ ସହ ୧୦,୨୯୦ ରନ୍ ସଂଗ୍ରହ କରିଛନ୍ତି ।

Previous 2017-18 ରଣଜୀ ସିଜିନର ଶ୍ରେଷ୍ଠ ୫ ଜଣ ବ୍ୟାଟ୍ସମ୍ୟାନ
Next ସୁସ୍ଥ କେଶ ପାଇଁ ଦରକାରୀ ଭିଟାମିନ

No Comment

Leave a reply

Your email address will not be published. Required fields are marked *