ଦିନ ଦ୍ୱିପହରରେ ହାଣିଦେଲେ ଯୁବକଙ୍କୁ। ଏହି ଭଳି ଅଭାବନୀୟ କାଣ୍ଡ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ନୂଆସାହିରେ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହାଣିବା ପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି । ମୃତକ ଚିନ୍ମୟ ସାହୁ, ତାଙ୍କ ଗାଡି ଓ ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଗାଁ ଦାଣ୍ଡରେ ପଡିରହିଥିଲା । ଏହି ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ପୋଲିସ୍ ଅଧିକାରୀ ପହଁଚି ଶବକୁ ଉଦ୍ଧାର କରିବା ସହ ଅନୁଧ୍ୟାନ ଜାରି ରହିଛି । ସୂଚନା ଅନୁଯାୟୀ ଦିନ ୧୨ଟା ୩୦ରେ ନୂଆସାହିର ଚିନ୍ମୟ ସାହୁ କୌଣସି କାମରେ ଯାଉଥିବାବେଳେ ତାଙ୍କୁ ଗାଁ ଦାଣ୍ଡରେ ହତ୍ୟା କରିଥିଲେ ଦୃରୁର୍ତ୍ତ ମାନେ । ମୃତ ଚିନ୍ମୟଙ୍କର ଆସନ୍ତା ୨୧ତାରିଖରେ ବାହାଘର ହେବା ପାଇଁ ସ୍ଥିର ହୋଇଥିଲା । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ସ୍ପଷ୍ଟ ହୋଇନଥିବା ବେଳେ ପରକୀୟା ପ୍ରୀତିରୁ ଚିନ୍ମୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି କାରଣ ପାଇଁ ଗାଁଲୋକେ ଅନ୍ୟଜଣଙ୍କ ଘରେ ପଶି ଭଙ୍ଗାରୁଜା କରିଥିବାର ସୂଚନା ରହିଛି ।
ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁବୃର୍ତ୍ତ
youth hacked to death by an unidentified bike

No Comment