ସୋନପୁର ଜିଲ୍ଲା ତରଭା ବ୍ଲକ ନୂଆପଡ଼ା ଗାଁରେ ଆଜି ଅଭାବନୀୟ ଘଟଣା ଘଟିଛି । ନିଆଁରେ ପୋଡ଼ିହୋଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ସ୍ବାମୀ, ସ୍ତ୍ରୀ, ପୁଅ ଓ ଝିଅଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା ସ୍ୱାମୀ ଟିକୁ ସୋରେନ କହିଛନ୍ତି। ସୂଚନା ମୁତାବକ ଟିକୁ ସବୁବେଳେ ମଦ ପିଇ ଘରକୁ ଆସୁଥିବାରୁ ଅଶାନ୍ତି ଲାଗି ରହୁଥିଲା। ଏହି କଥାକୁ ନେଇ ଆଜି ସକାଳେ ପତ୍ନୀ କୌଶଲ୍ୟାଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା ପରେ କୌଶଲ୍ୟା ରାଗିଯାଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଓ ଭିତର ପଟୁ ଘରକୁ ତାଲା ଲଗାଇ ଦେଇଥିଲେ । ଏହି ସମୟରେ ଘର ଭିତରେ ତାଙ୍କ ସ୍ୱାମୀ ଓ ୮ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ଥିଲେ। ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିବା ଦେଖି ତାଙ୍କୁ ଓ ପିଲାମାନଙ୍କୁ ଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଘରେ ନିଆଁ ଲାଗିବା ଦେଖି ଓ ପିଲାମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନା ନେଇଥିଲେ ଓ ନିଆଁ ଲିଭାଇବା ପାଇଁ ଦମକଳକୁ ଖବର ଦେଇଥିଲେ ।
ପାରିବାରିକ କଳହରୁ ଅଘଟଣ, ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୪ ଗୁରୁତର
woman allegedly attempt to commit suicide in Sonepu

No Comment