ମାତ୍ର କେଇ ଘଣ୍ଟା ପରେ ଭାରତ ଫେରିବେ ଦେଶର ସାହସୀ ପୁଅ ଅଭିନନ୍ଦନ

wing commander Abhinandan to be handed over around 4pmtoday

ଆଜି ଭାରତ ଫେରିବେ ବାୟୁସେନା ପାଇଲଟ୍‌ ଅଭିନନ୍ଦନ ବର୍ଦ୍ଧମାନ । ଅନ୍ତର୍ଜାତୀୟ ସ୍ତରରେ ଘନ ଘନ ଚାପ କାରଣରୁ ତାଙ୍କୁ ଭାରତକୁ ଫେରାଇବାକୁ ବାଧ୍ୟ ହୋଇଛି ପାକିସ୍ତାନ। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁଯାୟୀ ଅଭିନନ୍ଦନକୁ ଆଜି ପାକିସ୍ତାନ ସେନା ୱାଘା ବର୍ଡର ଦେଇ ଭରତକୁ ଛାଡିବ । ଆଜି ଅପରାହ୍ଣରେ ପଞ୍ଜାବର ଅମୃତସର ୱାଘା-ଅଟ୍ଟାରୀ ସୀମାଠାରେ ପହଁଚିବେ ସେ । ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ସକାଳୁ ପ୍ରବଳ ଭିଡ ଦେଖାଦେଇଛି, ତ୍ରିରାଙ୍ଗ ଧରି ତାଙ୍କୁ ଅପେକ୍ଷା କରିଛନ୍ତି ଲୋକମାନେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂ ସେଠାରେ ଅଭିନନ୍ଦନଙ୍କୁ ସ୍ବାଗତ କରିବେ ବୋଲି ଜଣାପଡିଛି । ଏହି ସମ୍ବନ୍ଧରେ ସେ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରି ଜଣାଇଛନ୍ତି । ତାଙ୍କ ସହ ପଞ୍ଜାବ ଓ ବିଜେପିର କେତେକ ମନ୍ତ୍ରୀ ଉପସ୍ଥିତ ରହିବେ । ଏହାସହ ୱାଘା ସୀମାରେ ଅଭିନନ୍ଦନଙ୍କୁ ବାୟୁସେନା ପ୍ରତିନିଧି ଦଳ ସ୍ୱାଗତ କରିବ । ସେହିପରି ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ପହଞ୍ଚିଛନ୍ତି ଅଭିନନ୍ଦନଙ୍କ ବାପା-ମାଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀରରେ ଭୁଲ ବଶତଃ ଅବତରଣ କରିଥିଲେ । ଏହାପରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା ।

Previous କାଲି ଭାରତ ଫେରିବେ ବାୟୁସେନା ପାଇଲଟ ଅଭିନନ୍ଦନ
Next ୩ରୁ ୫ତାରିଖ ଯାଏଁ ପୁଣି ବର୍ଷା

No Comment

Leave a reply

Your email address will not be published. Required fields are marked *