ନୀରବି ଗଲେ ହସ ଯାଦୁକର କାଦର

Veteran Bollywood actor Kader Khan passes away

ଅଭିନୟରେ ହସେଇ ହସେଇ ଦର୍ଶକଙ୍କୁ ବେଦମ କରୁଥିବା ପୁରୁଖା ଅଭିନେତା କାଦର ଖାନ ନୀରବି ଯାଇଛନ୍ତି । ୮୧ ବର୍ଷ ବୟସରେ କାନାଡାର ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ଜାନୁୟାରୀ ୧ତାରିଖରେ ହୋଇଛି । କାଦର ଖାନଙ୍କ ମୃତ୍ୟୁ ବଲିଉଡ଼ ଜଗତ ଓ ତାଙ୍କର ଅଗଣିତ ଦର୍ଶକଙ୍କ ମଧ୍ୟରେ ଶୋକର ଛାୟ ଖେଳାଇ ଦେଇଛି । ତାଙ୍କର ମୃତ୍ୟୁ ବଲିଉଡ ଦୁନିଆରେ ଏକ ଅପୁରଣୀୟ କ୍ଷତିକରିଛି କହିଲେ ଭୁଲ ହେବନାହିଁ । କେବଳ ଜଣେ ଭଲ ହାସ୍ୟ ଅଭିନେତା ନୁହଁନ୍ତି ଭଲ ସଂଳାପ ଲେଖକ ମଧ୍ୟ ଥିଲେ ସେ ।
୧୯୩୫ ମସିହା ଅକ୍ଟୋବର ୨୨ତାରିଖରେ ଆଫଗାନସ୍ଥାନର କାବୁଲରେ କାଦର ଖାନଙ୍କ ଜନ୍ମ । ୧ବର୍ଷ ବୟସରୁ ସେ ପରିବାର ସହ ମୁମ୍ବାଇ ଆସି ରହୁଥିଲେ । ପରିବାରର ଆର୍ôଥକ ଅବସ୍ଥା ବହୁତ ଖରାପ ରହିଥିବାରୁ ମା’ବାପା ଓ ତାଙ୍କ ଅନ୍ୟ ୩ଭାଇଙ୍କ ସହ ମୁମ୍ବାଇରେ ସେମାନେ ଏକ ଝୁମ୍ପୁଡ଼ି ଘରେ ବାସକରୁଥିଲେ । ତାଙ୍କର ବିବାହ ଅଜାର ଖାନଙ୍କ ସହ ହୋଇଥିବାବେଳେ ତାଙ୍କର ଦୁଇପୁଅ ଅଛନ୍ତି । ଭାରତୀୟ ଓ କାନାଡା ଉଭୟ ଦେଶର ନାଗରିକତ୍ୱ ରହିଥିଲା ତାଙ୍କ ପାଖରେ । ରାଜେସଖାନାଙ୍କ ଫିଲ୍ମ ‘ଦାଗ’ ଦ୍ୱାରା ବଲିଉଡ଼ ଜଗତରେ ପାଦ ଥାପିଥିବା କାଦର ଖାନ୍ ପ୍ରାୟ ୩୦୦ରୁ ଅଧିକ ସିନେମାରେ ଅଭିନୟ କରିସାରିଛନ୍ତି । ଏହାସହ ୨୫୦ ସିନେମା ପାଇଁ ସେ ସଂଳାପ ଲେଖଛନ୍ତି । ୧୯୭୦ ମସିହାରୁ ଏକବିଂଶ ଶତାପବ୍ଦୀ ପର୍ଯ୍ୟନ୍ତ ତାଙ୍କର ଯାଦୁକରି ଭାରତୀୟ ସିନେମା ଜଗତରେ ଦେଖିବାକୁ ମିଳିଥିଲା ।
ସିନେମା ଦୁନିଆକୁ ଆସିବା ପୂର୍ବରୁ ସେ ଜଣେ ସିଭିଲ ଇଂଜିନିୟର ପ୍ରଫେସର ଥିଲେ । ଫିଲ୍ମ ସହିତ ଟେଲିଭିଜେନ ଦୁନିଆରେ ମଧ୍ୟ ତାଙ୍କର ଦଖଲ ରହିଥିଲା । ‘ ହସନା ମତ’ ନାମରେ ଏକ ଧାରା ବାହିକ ପ୍ରସାରଣ କରିଥିଲେ ସେ । ୧୯୮୨ ଓ ୧୯୯୩ରେ ନିଜର ବେଷ୍ଟ ଡ଼ାଇଲଗ୍ସ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ଏହାସହ ୧୯୯୧ରେ ବେଷ୍ଟ କମେଡ଼ିଆନ ଓ ୨୦୦୪ରେ ବେଷ୍ଟ ସହଯୋଗୀ କଳାକାର ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ସେ ୯ଥର ବେଷ୍ଟ କମେଡ଼ିଆନ ଭାବେ ଫିଲ୍ମଫେୟାର ପୁରସ୍କାର ପାଇ ସାରିଛନ୍ତି । ସେ ଅଧିକାଂଶ ସଂଳାପ ଅମିିତାଭ ବଚନଙ୍କ ଫିଲ୍ମ ପାଇଁ ଲେଖିଛନ୍ତି । ‘ରାଜା ନଟବରଲାଲ’, ‘ନସିବ୍’ ‘ଅମର ଆକବର ଆନ୍ଥୋନି’ ଆଦି ସୁପର ହିଟ୍ ଫିଲ୍ମର ସଂଳାପ ସେ ଲେଖିଛନ୍ତି ।

Previous ଆସୁଛି ନୂଆବର୍ଷ...
Next ଜମୁଛି ତୋଷାଳି, ବଢୁଛି ଭିଡ଼

No Comment

Leave a reply

Your email address will not be published. Required fields are marked *