୧୦୦ କୋଟି କ୍ଳବରେ ‘ଉରି’

୧୦୦ କୋଟି କ୍ଳବରେ ‘ଉରି’

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଉରି-ଦ ସର୍ଜିକାଲ ଷ୍ଟାଇକ’ କେବଳ ଦର୍ଶକଙ୍କ ମନୋରଞ୍ଜନ କରି ପ୍ରଶଂସା ସାଉଣ୍ଟୁଛିି ତାହା ନୁହେଁ ଭଲ ଆୟ ମଧ୍ୟ କରୁଛି । ଫିଲ୍ମଟି ମାତ୍ର ୧୦ ଦିନ ମଧ୍ୟରେ ୧୧୫ କୋଟି ଟଙ୍କା ଆୟ କରିବାରେ ସକ୍ଷମ ହୋଇଛି । କେବଳ ସେତିକି ନୁହେଁ ସଫଳତାର ସହ ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଚାଲୁ ରହିଛି । ବ୍ଲକବଷ୍ଟ ବକ୍ସଅଫିସ୍ କଲେକସନ ପାଇଁ ୧୦୦ କୋଟି କ୍ଳବରେ ଫିଲ୍ମଟି ସାମିଲ ହୋଇପାରିଛି । ‘ଉରି’ ପ୍ରଥମ ସପ୍ତାହରେ ୭୦ କୋଟିରୁ ଅଧିକ ଆୟ କାରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ୩୮.୧୧ କୋଟି ଟଙ୍କା ଆୟ କରିଛି । ଏହି ସିନେମାରେ ଭିକି କୌଶଲ, ୟାମୀଗୌତମ, ମୋହିତ ରଣା,ପରେଶ ରାଓଲ ପ୍ରମୁଖ ଅଭିନୟ କରିଛନ୍ତି । ‘ଉରି’ ଗତ ୧୧ତାରିଖ ଦିନ ମୁକ୍ତିଲାଭ କରିଥିଲା । ଫିଲ୍ମର କାହାଣୀ ୨୦୧୬ ମସିହାରେ ଉରିଠାରେ ସେନା ଶିବିର ଉପରେ ହୋଇଥିବା ଆକ୍ରମଣ ଓ ସର୍ଜିକାଲ ଷ୍ଟାଇକ୍ ଉପରେ ଆଧାରିତ ।

Previous ହାତ ଛାଡି ଶଙ୍ଖ ଧରିଲେ ପ୍ରଣୟ ସାହୁ
Next ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ସୁବିଧା

No Comment

Leave a reply

Your email address will not be published. Required fields are marked *