କାଲି ପରଦାକୁ ଆସିବ ‘ଉରି’ ଓ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’

Uri: The Surgical Strike release on 11 January

ଆସନ୍ତା କାଲି ଅର୍ଥାତ ୧୧ ଜାନୁୟାରୀରେ ରିଲଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ଉରି-ଦ ସରଜିକାଲ ଷ୍ଟ୍ରାଇକ୍’ । ଫିଲ୍ମରେ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପରେସ ରାୱଲ, ୟାମି ଗୌତମୀ, ମୋହିତ ରାଇନା, କ୍ରିତି କୁହ୍ଲାରି ପ୍ରମୁଖ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ଧର ଦେଇଛନ୍ତି । ଫିଲ୍ମର ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ରିଲଜପରେ ସମ୍ପୂର୍ଣ୍ଣ ଫିଲ୍ମଟିକୁ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି ଆଶାକରାଯାଉଛି । ଏହାସହ ବକ୍ସ ଅଫିସ କଲେକସନ୍ ଭଲ କରିବ ବୋଲି ଆଶା କରାଯାଉଛି । ଫିଲ୍ମରେ ସମସ୍ତ କଳାକାର ଦମଦାର ଅଭିନୟ କରିଥିବାର ଟ୍ରେଲରୁ ଜଣାପଡ଼ିଛି । ଫିଲ୍ମର କାହାଣୀ ୨୦୧୬ ମସିହାରେ ଉରିଠାରେ ସେନା ସୀବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଏହାର ଜବାବରେ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ସତ୍ୟ ଘଟଣା ଉପରେ ଆଧାରିତ । ଅନ୍ୟପକ୍ଷରେ ଏହି ସମାନଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼.ମନମୋହନ ସିଂଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ରିଲଜ ହେବ । ଏଥିରେ ମୁଖ୍ୟଭୂମିକାରେ ଅର୍ଥାତ ମନମୋହନ ସିଂଙ୍କ ଚରିତ୍ରରେ ଅନୁପମ ଖେର ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ବିଜୟ ଗୁତ୍ତେ ଦେଇଥିବା ବେଳେ ଏହାର କାହାଣୀ ସଂଜୟ ବାରୁଙ୍କ ପୁସ୍ତକରୁ ନିଆଯାଇଛି । ଟ୍ରେଲରୁ ଏହାର କାହାଣୀ ଅତ୍ୟନ୍ତ ରୋଚକ ହୋଇଥିବା ଜଣାପଡ଼ୁଛି । ହେଲେ ଫିଲ୍ମଟି ଅନେକ ବାଦବିବାଦ ଭିତରେ ଗତିକରୁଛି । ଫିଲ୍ମ ବ୍ୟାନ୍ ପାଇଁ ଜନସ୍ୱାର୍ଥମାମଲା ରୁଜ ହେବା ସହ ଏହାର ୧୫ଜଣ କଳାକାରଙ୍କ ନାମରେ ଏତଲା ମଧ୍ୟ ଦିଆଯାଇଛି । ଏହାସହ ଏକାଦିନରେ ଦୁଇଟି ଫିଲ୍ମ ରିଲଜ ହେବାକୁଥିବାରୁ ବକ୍ସଅଫିସ କଲେକସନ ଭାଗହୋଇପାରେ ବୋଲି କୁହାଯାଉଛି ।

Previous ପୁରୁଣା ଡିଭିଡି ରୁ ଘର ସାଜସଜ୍ଜା
Next ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: କଂସ-କୃଷ୍ଣଙ୍କ ପାଇଁ ସଜେଇ ହେଇଛି ବରଗଡ଼

No Comment

Leave a reply

Your email address will not be published. Required fields are marked *