ସୋପୋରରେ ସୁରକ୍ଷା ବଳଙ୍କ ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ; ଦୁଇ ପୁଲିସ ଆହତ

Two policemen injured in grenade attack in J&K's Sopore

ଆଜି ପୂର୍ବାହ୍ନରେ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ଆତଙ୍କବାଦୀମାନେ ସୁରକ୍ଷା ବଳଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗି ଆକ୍ରମଣ କରିଛନ୍ତି। ଏହି ଘଟଣା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଥିଲା। ଆକ୍ରମଣସ୍ଥଳ ଅଞ୍ଚଳକୁ କର୍ଡନ କରାଯାଇଛି। ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ପୁଲିସ ଆହତ ହୋଇଛନ୍ତି। ତଲାସ ଓ ନିଷ୍କ୍ରିୟ ଅଭିଯାନ ଆରମ୍ଭ ହୋଇଛି। ସାବଧାନତାର ପଦକ୍ଷେପ ସ୍ୱରୂପ ସାପୋରରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି। ଆହତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଫିସର ଅଛନ୍ତି ।

Previous ଚଳିତ ବର୍ଷ କମିବ ମୌସୁମୀ ବର୍ଷା!
Next ଆଇଗିଣିଆ ଛକରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ

No Comment

Leave a reply

Your email address will not be published. Required fields are marked *